ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍

0

ଭୁବନେଶ୍ବର : ପରୀକ୍ଷା ନଦେଇ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣସିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍ ହେବେ । ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି କରାଯିବ ।

ଦୀର୍ଘ ୯ ମାସ ସ୍କୁଲ ବନ୍ଦ ପରେ ପ୍ରଥମେ ଦଶମ ଓ ଦ୍ୱାଦଶ ପିଲାଙ୍କ କ୍ଲାସ୍‌ ହେଲା । ଏହାର ଗୋଟିଏ ମାସ ପରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଚାଲିଲା । ପରେ ପ୍ରଥମରୁ ଅଷ୍ଟମ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ସ୍ତରରେ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ଗତ ଫେବ୍ରୁଆରୀ ଶେଷ ଆଡ଼କୁ ଖୋଲିବ ବୋଲି ଯୋଜନା ରହିଥିଲା । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ ପରି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା ।

ମାର୍ଚ୍ଚରେ ଖୋଲିବ ବୋଲି ବିଭାଗ ପକ୍ଷରୁ ସଂକେତ ମିଳିଥିଲା । ହେଲେ କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ଅଧା ହେଲାଣି । ସ୍କୁଲ ଖୋଲି ପ୍ରଥମରୁ ଅଷ୍ଟମ କ୍ଲାସ୍‌ କରିବାକୁ ବି ଆଉ ସମୟ ନାହିଁ। ତେଣୁ ସେମାନଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ଓ ପରୀକ୍ଷାକୁ ଭିତ୍ତି କରି ଉପର ଶ୍ରେଣୀକୁ ପାସ୍‌ କରାଯିବ । ଆଉ ସେମାନଙ୍କର ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ ଖୋଲିବ ନାହିଁ । ଏକାଥରକେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ।

Leave A Reply

Your email address will not be published.