ଜଳେଶ୍ୱର, : ଲଘୁଚାପ ବର୍ଷା ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଫୁଲୁଛି । ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି
ଜଳେଶ୍ୱର ରାଜଘାଟ କେନ୍ଦ୍ରୀୟ ଜଳୀୟ ବିଭାଗ ଠାରେ ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ଉପରେ ରହିଥିଲା । ତେବେ ଗତ ୨ ଦିନ ତଳେ ଚାଣ୍ଡିନି ବ୍ୟାରେଜର ୧୦ ଟି ଗେଟ ଖୋଲା ଯାଇ ୨ ମିଟର ପାଣି ଛଡା ଯାଇଥିଲା ବେଳେ ଗାଡୁଲୀ ବ୍ୟାରେଜରେଗୋଟିଏ ଗେଟ ଖୋଲି ୩ ମିଟର ପାଣି ଛଡାଯାଇଛି ।
ସେହିପରି ସୋମବାର ସକାଳ ୭ ଟା ବେଳକୁ ଜଳେଶ୍ୱର ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ପାଣି ୧୦.୪୨ ଉପରେ ପ୍ରଭାବିତ ହେଉଛି । ତେବେ ପାଣି ଦିନ ୧ଟା ସୁଦ୍ଧା ୧୧ମିଟର ଉପରେ ବଢିବାର ସମ୍ଭାବନା ରହିଛି । ବର୍ତମାନ ସମୟରେ ତଳିଆ ଅଂଚଳ ବାଳିଆପାଳ, ଭୋଗରାଇ ବ୍ଲକର ୫୦ରୁ ଉର୍ଦ୍ଧ ଗାଁ ଓ ଚାଷ ଜମିରେ ପାଣି ମାଡି ଯାଇଥିବାରବେଳ ରାସ୍ତା ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି ।