ବିପୁଳ ପରିମାଣର ଗଞ୍ଜେଇ ଜବତ

0

ବଲାଙ୍ଗିର : ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥରୁ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଟ୍ରକ ସହ ଦୁଇଜଣ ବିହାରୀ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି । ଗଞ୍ଜେଇର ପରିମାଣ ପ୍ରାୟ ୩ କ୍ୟୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ନାକୋଟିକ୍ସି କଣ୍ଟୋଲ ବ୍ୟୁରୋ (NCB) ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଭୁବନେଶ୍ୱରରୁ ପିଛା କରି ବଲାଙ୍ଗିର ନିକଟରେ ଧରିଥିବା ଜଣାପଡିଛି । ତେବେ ଅଧିକ ଖୋଳତାଡ ପାଇଁ ଦରକାର ପଡିଲେ ପୋଲିସ ବିହାର ଯାଇପାରେ ଅନୁମାନ କରାଯାଉଛି ।

Leave A Reply

Your email address will not be published.