ବିପୁଳ ପରିମାଣର ଧଳା ଜହର ଜବତ

0

ଭଦ୍ରକ,  : ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ । ୨ ଗିରଫ । ଭଦ୍ରକ ସହରରୁ ଏହି ଧଳାଜହର ଜବତ କରିଛି ପୋଲିସ ।

ଜବତ ବ୍ରାଉନ ସୁଗାରର ପରିମାଣ ୨୬୦ ଗ୍ରାମ୍ ବୋଲି ଜଣାପଡିଛି ।  ସେହିପରି ଗିରଫ ଦୁଇ ବ୍ୟକ୍ତିଙ୍କ ଠାରୁ  ଏକ ବାଇକ ଓ ନଗଦ ୧୭ ଶହ ଟଙ୍କା ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ଭଦ୍ରକ ସହରର ନଙ୍ଗାମହଲ୍ଲାକୁ ଏକ ନମ୍ବର ବିହୀନ ମଟରସାଇକେଲକୁ ପୋଲିସ ଅଟକାଇଥିଲା ।  ଦୁଇ ଜଣ ଯୁବକ ବ୍ରାଉନସୁଗାର ନେଇଯାଉଥିବା ବେଳେ ପୋଲିସ ଚେକିଂ କରି ସେମାନଙ୍କୁ ଧରିଥିଲା ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଦ୍ରକ ପୁରୁଣାବଜାର ଥାନା ,ନଙ୍ଗାମହଲ୍ଲାର ଆଝାରୁଦ୍ଦିନ ଖାନ ଓ ଧନାଟୋଲା ନୟାନଗର ଅଞ୍ଚଳର ସଦାଭ କ୍ୱାଦ୍ରୀ । ସେମାନଙ୍କୁ ନିକଟରୁ ନଗଦ ୧୭ ଶହ ଟଙ୍କା ସହ ବାଇକ ଜବତ ହୋଇଥିବା ଭଦ୍ରକ ଏସଡ଼ିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.