ବିପୁଳ ପରିମାଣର ଗଂଜେଇ ଜବତ

0

କୋରାପୁଟ  : ଲମତାପୁଟ ପୋଲିସ୍ କୁ ପୁଣି ବଡ଼ ସଫଳତା । ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟର ୪ ଜଣିଆ ପୋଲିସ ଟିମ୍ ଗଠନ କରି କଞ୍ଚଣା ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ ।ଖବର ମୁତାବକ ସଗର ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ୍ । ଟ୍ରକ ଡ଼ାଲାରେ ପଇଡ ବୋଝେଇ ଥିବା ଦେଖି ପୋଲିସ୍ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା । କିନ୍ତୁ ପୂର୍ବ ସୂଚନା ଅନୁଯାଇ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକକୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ । ପଇଡକୁ ବାହାର କରିବାରୁ ଏଥିରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିଲା ।ଗାଡ଼ିରେ ଥିବା ଦୁଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ୍ । ଟ୍ରକ ଡାଲାରୁ ୨୮ଟି ବସ୍ତାରେ ପ୍ରାୟ ୭ କୁଇଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ଯୁବକ ମାନେ ହେଲେ ଗାଡିମାଲିକ ଗଜେନ୍ଦ୍ର ତିୱାରୀ ଏବଂ ହେଲ୍ପର ଶିବଶଙ୍କର ଚୌଧୁରୀ ଏମାନଙ୍କ ଘର ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.