ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦେଶବ୍ୟାପୀ ପାଳନ କରୁଛି ୪୧ ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ଜନା ପାର୍ଟି । ଦେଶରେ ଗତ ୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଶ୍ବର ଏହି ବୃହତ ରାଜନୈତିକ ଦଳକୁ ପ୍ରତିଷ୍ଠା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ରାଜନେତା ଲାଲ୍ କୃଷ୍ଣ ଆଡଭାନୀ । ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ୍କରି କହିଛନ୍ତି, “ବିଜେପି ସ୍ଥାପନା ଦିବସ ଅବସରରେ ସଂଗଠନର ସମସ୍ତ ମହାପୁରୁଷମାନଙ୍କୁ ନମନ କରୁଛି ଯେଉଁମାନେ ନିଜର ସର୍ବସ୍ବ ଅର୍ପଣ କରି ଦଳକୁ ଏହି ବୈଭବ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ବିଜେପି ଏକ ଏଭଳି ସଂଗଠନ ଯାହାର ସଦ୍ୟମାନଙ୍କ ପାଇଁ ପାର୍ଟି ହିଁ ପରିବାର । କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ତପସ୍ୟା ଏବଂ ନିରନ୍ତର ପ୍ରୟାସ ଯୋଗୁଁ ସଂଗଠନର ବିକାଶ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ର ମୋଦିଙ୍କ ସଙ୍କଳ୍ପିତ ନୂଆ ଭାରତ ଗଠନ ଦିଗରେ ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ବାସ ମୂଳମନ୍ତ୍ର ହେବା ଆବଶ୍ୟକ । ”
भारतीय जनता पार्टी के स्थापना दिवस के अवसर पर मैं संगठन के उन सभी महापुरुषों को नमन करता हूँ जिन्होंने अपना सर्वस्व अर्पण कर पार्टी को इस वैभव तक पहुँचाया है। भाजपा एक ऐसा संगठन है जिसके सदस्यों के लिए पार्टी ही परिवार है। #SthapnaDiwas pic.twitter.com/YDbzkF88sj
— Jagat Prakash Nadda (@JPNadda) April 6, 2021
ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀ ସ୍ଥିତ ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଟ୍ବିଟ୍ କରି ଅମିତ ଶାହା କହିଛନ୍ତି, “ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପ୍ରତିଷ୍ଠା ଦିବସରେ ଶୁଭକାମନା । ଝାଳ ବୁହା ପରିଶ୍ରମ ଏବଂ ନିଷ୍ଠାର ସହ କାମ କରି ଦଳକୁ ଆଜି ବିଶାଳ ବଟବୃକ୍ଷରେ ପରିଣତ କରିଥିବା ସମସ୍ତ ମହାପୁରୁଷଙ୍କୁ ନମସ୍କାର । ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତୋଦ୍ୟୋୟର ସିଦ୍ଧ୍ରାନ୍ତ ଏବଂ ମୋଦିଙ୍କ ନେତୃତ୍ବରେ ଦେଶକୁ ଆତ୍ମ ନିର୍ଭର କରିବା ପାଇଁ ବିଜେପି ନିରନ୍ତର ପ୍ରୟାସରତ ।”
सभी कार्यकर्ताओं को भाजपा के स्थापना दिवस की शुभकामनाएं।
अपने खून पसीने से सींचकर भाजपा को विशाल वटवृक्ष बनाने वाले सभी महापुरुषों को नमन करता हूँ।
राष्ट्रवादी विचारधारा, अंत्योदय के सिद्धांत व मोदी जी के नेतृत्व में देश को आत्मनिर्भर बनाने के लिए भाजपा निरंतर प्रयासरत है। pic.twitter.com/UIyU8NfSt2
— Amit Shah (@AmitShah) April 6, 2021
କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, “ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ବଳିଦାନ, ରାଷ୍ଟ୍ରବାଦୀ ସିଦ୍ଧାନ୍ତ, ଅନ୍ତୋଦୟ ଭଳି ବିଚାର ଏବଂ ସେବା ହିଁ ସଂଗଠନ ମାଧ୍ୟମରେ ରାଷ୍ଟ୍ରହିତ ପାଇଁ ବିଜେପି ନିଜର ସର୍ବସ୍ବ ଅର୍ପଣ କରିଛି । ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ବାସ ମୂଳମନ୍ତ୍ର ମାଧ୍ୟମରେ ବିଜେପି ଆଜି ଜନ କଲ୍ୟାଣ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିରନ୍ତର କାର୍ଯ୍ୟରତ ।”
पंडित दीनदयाल उपाध्याय जी और डॉ. श्यामा प्रसाद मुखर्जी जी जैसे महापुरुषों के बलिदानों, राष्ट्रवादी सिद्धांतों, अंत्योदय जैसे विचार और सेवा ही संगठन के माध्यम से @BJP4India ने सदैव ही देश को सर्वोपरि रखा है और राष्ट्रहित के लिए अपना सर्वस्व अर्पण किया हैI #SthapnaDiwas pic.twitter.com/WUso3eTbzD
— Dharmendra Pradhan (@dpradhanbjp) April 6, 2021