ବ୍ଲଡ଼ ଗ୍ରୁପ୍ ଚିହ୍ନଟରେ ତ୍ରୁଟି ସକାଶେ ଚାଲିଗଲା ରୋଗୀଙ୍କ ଜୀବନ

0

ଝାରସୁଗୁଡା,  : ବ୍ଲଡ଼ ଗ୍ରୁପ୍ ଚିହ୍ନଟରେ ତ୍ରୁଟି ସକାଶେ ଜଣେ ରକ୍ତହୀନତା ରୋଗୀଙ୍କର ଚାଲିଗଲା ଜୀବନ । ଭୁଲ ରକ୍ତ ଦିଆଯିବାରୁ ରୋଗୀଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ଏକ ଘରୋଇ ହସ୍ପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି ।

ମୃତକଙ୍କ ଭାଇ ତୁଳାରାମ ନାଏକଙ୍କ ଅଭିଯୋଗ ମୁତାବକ, ଝାରସୁଗୁଡ଼ା ସହରାଞ୍ଚଳ ଦେବାଡିହି ଗ୍ରାମର ରୋହିତ ପାଣ୍ଡେଙ୍କ ପତ୍ନୀ ରମଣୀ ପାଣ୍ଡେ(୬୨) ରକ୍ତହୀନତା ଜନିତ ଦୁର୍ବଳତା କାରଣରୁ ଗତ ୨୦ ତାରିଖରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଝାରସୁଗୁଡାସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଗତ ୧୮ ତାରିଖ ଦିନ ରୋଗୀଙ୍କ ରକ୍ତ ଗ୍ରୁପ ଚିହ୍ନଟ ହୋଇଥିବା ରିପୋର୍ଟ ଡାକ୍ତରଖାନା କର୍ତୃପକ୍ଷଙ୍କୁ ପରିବାର ଲୋକେ ପ୍ରଦାନ କରିଥିଲେ । ସେଥିରେ ତାଙ୍କର ରକ୍ତ ଗ୍ରୁପ ବି ‘ ନେଗେଟିଭ ଉଲ୍ଲେଖ ରହିଥିଲା । ମାତ୍ର ଉକ୍ତ ରିପୋର୍ଟକୁ ଅଣଦେଖା କରି ପୁଣି ଏକ ରକ୍ତ ଗ୍ରୁପ ରିପୋର୍ଟ ପ୍ରସ୍ତୁତ ପୂର୍ବକ ଓ’ ନେଗେଟିଭ ବୋଲି ଦର୍ଶାଇଥିଲେ ନର୍ସିଂହୋମ କର୍ତୃପକ୍ଷ । ରୋଗୀଙ୍କୁ ବି’ ନେଗେଟିଭ ପରିବର୍ତ୍ତେ ଓ’ ନେଗେଟିଭ ରକ୍ତ ଦିଆଯିବାରୁ ସେ ଅକାଳରେ ପ୍ରାଣ ହରାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.