BMC ରିପୋର୍ଟରୁ ଜଣାପଡିଲା ମୁମ୍ବାଇରେ କୋଭିଡ ବ୍ୟାପିବାର କାରଣ…

0

ମୁମ୍ବାଇ : ବୃହନମୁମ୍ବାଇ ମହାନଗର ନିଗମ (ବିଏମସି)ଙ୍କ ଏକ ରିପୋର୍ଟ ଏବେ ଛନକା ସୃଷ୍ଟି କରିଛି। ଆର୍ଥିକ ରାଜଧାନୀରେ ଗତ ଜାନୁୟାରୀ ଓ ଫେବୃଆରୀରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ମୋଟ  ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ସହରରେ ଥିବା ବହୁତଳ ଭବନର ବାସିନ୍ଦା ବୋଲି ଏହି ରିପୋର୍ଟରେ କୁହାଯାଇଛି। ବାକି ୧୦ ପ୍ରତିଶତରୁ ୬ ପ୍ରତିଶତ ଚାଲରେ ରହୁଥିବା ଲୋକ ବୋଲି କୁହାଯାଇଥିବା ବେଳେ ବସ୍ତିରୁ ମାତ୍ର ୪ ପ୍ରତିଶତ ଆକ୍ରାନ୍ତ ବାହାରିଛନ୍ତି।

ତେବେ ମାର୍ଚ୍ଚ ମାସ ଆରମ୍ଭରୁ ପରିସ୍ଥିତିରେ ପରିବର୍ତ୍ତନ ଆସିଲାଣି। ଏଥିରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସଂକ୍ରମଣ ହାର ହ୍ରାସ ହୋଇଥିବା ବେଳେ ବସ୍ତି ଓ ଚାଲରେ ସଂକ୍ରମଣ ବଢୁଥିବା ବିଏମସି ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ତେବେ ବିଏମସି ଏକ ବୟାନରେ ଚଳିତବର୍ଷର ଆରମ୍ଭ  ୨ ମାସରେ ମୋଟ ୨୩ ହଜାର ୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କହିଥିଲେ। ଏଥିରୁ ୯୦ ପ୍ରତିଶତ କେବଳ ବିଭିନ୍ନ ଆପାର୍ଟମେଣ୍ଟର ବାସିନ୍ଦା ଚିହ୍ନଟ ହୋଇଥିଲେ।

ଏଣୁ ସହରରେ ନିଷିଦ୍ଧାଞ୍ଚଳ ସଂଖ୍ୟା ୧୭୦କୁ ବୃଦ୍ଧି ହୋଇଥିବା ବେଳେ ସିଲ ହୋଇଥିବା ଭବନ ସଂଖ୍ୟା ୬୬ ପ୍ରତିଶତରେ ପହଞ୍ଚିଥିଲା। ବିଏମସିଙ୍କ ଅନୁସାରେ ମାର୍ଚ୍ଚ ୧ ତାରିଖ ଦିନ ମୁମ୍ବାଇରେ ୧୦ଟି ନିଷିଦ୍ଧାଞ୍ଚଳ ଥିଲା। ଏହି ସମୟରେ ସହରର ୧୩୭ଟି ବିଲ୍ଟିଂ ସିଲ ଥିଲା। ମାର୍ଚ୍ଚ ୧୦ ତାରିଖ ବେଳକୁ ସହରର ନିଷିଦ୍ଧାଞ୍ଚଳ ସଂଖ୍ୟା ୨୭କୁ ପହଞ୍ଚିଥିବା ବେଳେ ୨୨୮ଟି ଭବନ ସିଲ ହୋଇଥିଲା।

Leave A Reply

Your email address will not be published.