ଉଦଳା : ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଫଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ଉଦଳା-କପ୍ତିପଦା ରାସ୍ତାର ହୋଣ୍ଡା ସୋ’ ରୁମ୍ ନିକଟରେ ।ସୂଚନାଯୋଗ୍ୟ ଯେ, କପ୍ତିପଦା ଥାନା ଶାଳଚୁଆ ବିଦ୍ୟାଧର ନଗରର ୯ ଜଣ ଶ୍ରମିକ ଏକ ଅଟୋରେ ଉଦଳା ଥାନା ରାଢୋ ଅଞ୍ଚଳକୁ ଆସୁଥିଲେ । ରାଢୋ ଗ୍ରାମରେ ସେମାନେ ବିଲରେ ତଳିରୁଆ କାମ କରିବା ପାଇଁ ଆସୁଥିବା ବେଳେ ଉଦଳା-କପ୍ତିପଦା ରାଜ୍ୟ ରାଜପଥର ହୋଣ୍ଡା ସୋ’ ରୁମ୍ ନିକଟରେ ରାସ୍ତାରେ ଏକ ଗୋରୁ ରହିଥିବାରୁ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋକୁ ଅଟୋଟି ମୁହାଁମୁହିଁ ଧକ୍କା ଦେଇଥିଲା । ପରେ ଉଭୟ ଗାଡି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା ।ଖବର ପାଇ ଉଦଳା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅଟୋରେ ୯ଜଣ ଶ୍ରମିକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ରହିଥିଲେ । ୯ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇଛି। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା