ବୋଲେରୋ ଧକ୍କାରେ ଓଲଟିପଡିଲା ଯାତ୍ରୀବାହୀ ଅଟୋ

0

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଧନିଆଁ ନାଳୀ ନିକଟରେ ବୋଲେରୋ ଧକ୍କାରେ ଓଲଟିପଡିଲା ଯାତ୍ରୀବାହୀ ଅଟୋ । ଅଟୋରେ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ଫଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ୧୩ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଲରୁ କାମ କରି ଏକ ଅଟୋ ଯୋଗେ ୧୭ ଜଣ ମହିଳା ଶ୍ରମିକ ଘରକୁ ଫେରୁଥିଲେ । ଆଉ ବାଟରେ ଦୁର୍ଭାଗ୍ୟ ଆଣିଦେଲା ଦୁର୍ଘଟଣା । ଏପରିକି ଏକ ବୋଲେରୋ ପଛ ପାଖରୁ ଧକ୍କା ଦେବାରୁ ଏହି ଅଟୋଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଛି । ଅଟୋରେ ଥିବା ମହିଳା ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସ୍ଥାନୀୟ ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୁକୁମାରୀ ମୁଣ୍ଡା, ସଜନୀ ମୁଣ୍ଡା, ଚାନ୍ଦିନୀ ମୁଣ୍ଡା ଓ ଆଶା ମୁଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୩ ଜଣ ଆହତ ଚିକିତ୍ସା ପରେ ଘରକୁ ଯାଇଛନ୍ତି ।

ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସମସ୍ତେ ମହିଳା ଶ୍ରମିକ ଓ ସେମାନଙ୍କ ଘର କଲଣ ଗ୍ରାମରେ । ଗଁନ୍ଦିଆ ରାଇତୈଳା ଗ୍ରାମରୁ ବିଲ କାମ ସାରି ଷଢଙ୍ଗୀ କଲଣ ଗ୍ରାମକୁ ଫେରୁଥିଲେ । ଦୁର୍ଘଟଣା ଘଟାଇଥିବା ବୋଲେରୋ ପଳାଇଯାଇଛି

Leave A Reply

Your email address will not be published.