ବଲିଉଡକୁ ଘାରିଛି ସଂକ୍ରମଣ ଚିନ୍ତା,ଟିକା ନେଇ ବି ପଜିଟିଭ ହେଲେ କଣ୍ଠଶିଳ୍ପୀ

0

ମୁମ୍ୱାଇ : ବଲିଉଡକୁ ଘାରିଛି ସଂକ୍ରମଣ ଚିନ୍ତା । ସୁଟିଂ ସେଟରୁ ଆରମ୍ଭ କରି ରିୟଲିଟି ସୋ ଯାଏଁ ସବୁଠି କାୟା ମେଲାଇଛି କରୋନା ଭୂତାଣୁ । ଏମିତିକି ଟିକା ନେବା ପରେ ସଂକ୍ରମିତ ହେଉଛନ୍ତି ଷ୍ଟାର କାଷ୍ଟ । ଏବେ କରୋନାର ଶିକାର ହୋଇଛନ୍ତି ୟୁଫୋରିଆ ବ୍ରାଣ୍ଡ କ୍ୟାପଟେନ୍ ତଥା କଣ୍ଠଶିଳ୍ପୀ ପଲାସ ସେନ୍ ।

ଟିକାର ପ୍ରଥମ ଡୋଜ୍ ନେବା ପରେ  ସେ ଭୂତାଣୁର କବଳରେ ପଡିଯାଇଛନ୍ତି । ସେ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରି ଫ୍ୟାନ୍ସକୁ ଜଣାଇଛନ୍ତି । ସେ କହିଛନ୍ତି ମୋର ଦୁର୍ଭାଗ୍ୟ ମୁଁ କୋଭିଡ-୧୯ର ଶିକାର ହୋଇଗଲି । ମୋତେ ଗୋଟେ ନୂଆ ଲଢେଇର ସାମ୍ନା କରିବାକୁ ପଡିବ । ତେବେ ମୁଁ ନିଜେ ମୋ ଘରେ କ୍ୱାରେଣ୍ଟାଇନରେ ରହୁଛି । ତେବେ ଯେଉଁମାନେ ନିକଟରେ ମୋ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନିଅନ୍ତୁ । ଦରକାର ପଡିଲେ ନିଜ ଘରେ ସଂଗରୋଧରେ ରୁହନ୍ତୁ । କାରଣ ଏହି ମହାମାରୀ ଅତି ଭୟଙ୍କର, ମୁଁ ନିଜେ ଭୁକ୍ତଭୋଗୀ । ଟିକା ନେବା ପରେ ବି ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଯଥାସମ୍ଭବ ନିଜକୁ କରୋନା କବଳରୁ ରକ୍ଷା କରନ୍ତୁ ।

Leave A Reply

Your email address will not be published.