ବ୍ରାହ୍ମଣୀ ନଦୀରେ ଭାସିଗଲେ ୨ ଯୁବକ

0

ଯାଜପୁର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୨ ଯୁବକ। ବରୀ ବ୍ଲକ ସଂକରାକୁଳରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

 

ଆଜି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବାଲିଆର ମିଶ୍ର ସାହିର ୨ ଜଣ ଯୁବକ ନଦୀର ଗଭୀର ସ୍ରୋତରେ ଭାସି ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଉଦ୍ଧାର ପାଇଂ ଉଦ୍ୟମ ଜାରି ରଖିଛନ୍ତି। ଏହା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି। ଖବର ଲେଖାଯିବା ସୁଦ୍ଧା ୨ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ।

Leave A Reply

Your email address will not be published.