ବ୍ରହ୍ମପୁରରେ ସଡକ ଦୁର୍ଘଟଣା,୮ ଆହତ

0

ବ୍ରହ୍ମପୁର,: ଗଞ୍ଜାମ ଜିଲ୍ଲା  ବ୍ରହ୍ମପୁର ଉପକଣ୍ଠ  ହଳଦିଆପଦର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ।ଏକ ଅଟୋକୁ ଟ୍ରାକ୍ଟର ଧକ୍କା ଦେବା କାରଣରୁ ୮ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଅଟୋରେ ୮ ଜଣ ବ୍ୟକ୍ତି ମାଛ ଧରି ବ୍ରହ୍ମପୁର ଆସୁଥିଲେ । ତେବେ ହଳଦିଆପଦର ଠାରେ ଏକ ଟ୍ରାକ୍ଟର ସହ ଅଟୋଟି ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.