ବ୍ରାଣ୍ଡ ନ୍ୟୁ ଟିଭି ସେଟ୍ସରେ ୬୩ ପ୍ରତିଶତ ପର୍ଯ୍ୟନ୍ତ ରିହାତି

0

ନୂଆଦିଲ୍ଲୀ : ଯଦି ଆପଣ ଆଗାମୀ ଦିନରେ ସ୍ମାର୍ଟଟିଭି କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଇ-କମର୍ସ ସାଇଟ୍ ଆମାଜନରେ ଏବେ ସ୍ମାର୍ଟ ଟିଭି ସେଟ୍ସରେ ଦମଦାର ଡିସ୍କାଉଣ୍ଟ ମିଳୁଛି । ଏହି ବ୍ରାଣ୍ଡ ନ୍ୟୁ ଟିଭି ସେଟ୍ସରେ ୬୩ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହା ସହିତ ଏଥିରେ ଆପଣଙ୍କ ୧ ଲକ୍ଷ ଟଙ୍କାରୁ ଅଧିକ ସଞ୍ଚୟ ମଧ୍ୟ ହୋଇପାରିବ ।

TCL ୧୩୯ ସେଣ୍ଟିମିଟର(୫୫ ଇଞ୍ଚ) ଟିଭିରେ ୫୭ ହଜାରରୁ ଅଧିକ ସଞ୍ଚୟ
ଆମାଜନ ସାଇଟ ଅନୁସାରେ ଆପଣ TCL 139 cm (55 inches) ସ୍ମାର୍ଟ ଟିଭିରେ ୫୭,୬୯୧ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ବଜାରରେ ଏହି ଟିଭି ସେଟର ଦାମ୍ ୧.୦୯,୯୦୦ ଟଙ୍କା । କିନ୍ତୁ ଆମାଜନରେ ଚାଲୁଥିବା ଡିଲ୍ ଅନୁସାରେ ଆପଣ ଏହି ଟିଭି ମାତ୍ର ୫୨,୨୯୯ ଟଙ୍କାରେ କିଣିପାରିବେ । ଏହା ବ୍ୟତୀତ ଆପଣଙ୍କୁ ୧୦୦୦ ଟଙ୍କାର ଗିଫ୍ଟ କୁପନ ମଧ୍ୟ ଦିଆଯାଉଛି ।

AmazonBasics 109cm (43 inches)ରେ ୪୨ ପ୍ରତିଶତ ରିହାତି
ଏବେ ଆମାଜନ ନିଜ ଇନ-ହାଉସ ବ୍ରାଣ୍ଡର ଟିଭି ବିକୁଛି । AmazonBasics ୧୦୯ ସିଏମ(୪୩ ଇଞ୍ଚ)ରେ ଖାସ୍ ୪୨ ପ୍ରତିଶତର ଡିସ୍କାଉଣ୍ଟ ଦେଉଛି । ପ୍ରାୟ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଏହି ଟିଭିକୁ ଏବେ ୨୧,୦୦୧ ଟଙ୍କାର ଡିସ୍କାଉଣ୍ଟ ସହିତ ମାତ୍ର ୨୮,୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ ।

 ୩୨ ଇଞ୍ଚର ଏହି ଟିଭିରେ ମିଳୁଛି ୫୧ ପ୍ରତିଶତ ଡିସ୍କାଉଣ୍ଟ
ଯଦି ଆପଣ ନିଜ ଘର ପାଇଁ ୩୨ ଇଞ୍ଚର ଟିଭି କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଖାସ୍ ଅଫର । ଆପଣ Skywall ୮୧.୨୮ cm(୩୨ ଇଞ୍ଚ) କିଣିପାରିବେ । ଏହି ଟିଭିରେ ଆପଣଙ୍କୁ Full HD Smart LEDର ମଜା ମିଳିବ । ତେବେ ଏହି ଟିଭିର ମାର୍କେଟ୍ ଦାମ୍ ୨୫,୪୯୯ ଟଙ୍କା । କିନ୍ତୁ ଏଠାରେ ଆପଣ ଏହି ଟିଭିକୁ ୧୩ ହଜାର ଟଙ୍କାର ରିହାତିରେ ମାତ୍ର ୧୨,୪୯୯  ଟଙ୍କାରେ ଘରକୁ ନେଇପାରିବେ । ଆମାଜନ ସାଇଟ୍ ଅନୁସାରେ Philips 126 cm ରେ ୬୩ ପ୍ରତିଶତ ରିହାତି ମିଳୁଛି । ଏହି ସ୍ମାର୍ଟ ଟିଭି ସେଟର ଦାମ୍ ୧.୦୫,୯୯୦ ଟଙ୍କା । କିନ୍ତୁ ଏକ ଖାସ୍ ଡିଲ୍ ଅନୁସାରେ ଆପଣ ଏହି ଟିଭିକୁ ୬୬,୯୯୧ ଟଙ୍କାର ରିହାତିରେ ମାତ୍ର ୩୮,୯୯୦ ଟଙ୍କାରେ କିଣିପାରିବେ ।

TCLର ଏହି ଟିଭିରେ ଏକ ଲକ୍ଷ ଟଙ୍କାର ସଞ୍ଚୟ
ଏବେ ଆମାଜନରେ TCLର ଖାସ୍ ସେଲ ମଧ୍ୟ ଚାଲିଛି । ତଦନୁସାରେ ଆପଣ ଟିସିଏଲର ୬୫ ଇଞ୍ଚର ଟିଭି ସେଟରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏହି ଟିଭିର ମାର୍କେଟ୍ ଦାମ୍ ୧,୮୯,୯୯୦ ଟଙ୍କା । କିନ୍ତୁ ଆମାଜନରେ ଏହି ଟିଭି ପୁରା ୧,୦୦,୫୦୦ ଟଙ୍କାର ଡିସ୍କାଉଣ୍ଟ ପରେ ୮୯,୪୯୦ ଟଙ୍କାରେ କ୍ରୟ କରିହେବ ।

Leave A Reply

Your email address will not be published.