ବର୍ଷାରେ ବେହାଲ ବାଲେଶ୍ୱର ସହର

0

ବାଲେଶ୍ବର, : ବର୍ଷାରେ ବାଲେଶ୍ବର ସହର ବେହାଲ । ଅଢେଇଘଣ୍ଟାର ଲଗାତାର ବର୍ଷାରେ ବାଲେଶ୍ବର ସହର ଉବୁଡୁବୁ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏରୁ ଛାତିଏ ଉଚ୍ଚର ପାଣି ଚାଲିବା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ଜଳନିଷ୍କାସନ ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସହରର ମୁଖ୍ୟପେଣ୍ଠସ୍ଥଳୀ ଫାଣ୍ଡିଛକରେ ନ୍ୟୁମାର୍କେଟ୍ କମ୍ପ୍ଲେକ୍ସରେ ପାଣି ପଶିଯିବା ଯୋଗୁଁ ଦମକଳ ବିଭାଗର ଗାଡି ଆସି ଜଳ ନିଷ୍କାସନ କରିଥିଲେ । ଛାତିଏ ଉଚ୍ଚର ପାଣି ଜମା ହୋଇଥିବାବେଳେ ଏହି କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡିକ ଭିତରେ ପାଣି ପଶିଯାଇଥିଲା ।

ସହରର ଚିଡିଆପୋଲ ନିକଟରେ ଥିବା କିଛି ଦୋକାନ ଏବଂ ଜଳଖିଆ ଦୋକାନରେ ଦୁଇ ଫୁଟର ପାଣି ପ୍ରବାହିତ ହୋଇଥିଲା । ପମ୍ପସେଟ୍ ବ୍ୟବହାର କରି ଅଗ୍ନିଶମ ବିଭାଗ ଜଳନିଷ୍କାସନ କରିଥିଲା । ମୋତିଗଞ୍ଜ ଏବଂ କଂଗ୍ରେସ ଗଳିରେ ଆଣ୍ଠୁଏ ପାଣି ଜମି ରହିଥିଲା । ସେହିପରି ବାଲେଶ୍ବର ଡାକ୍ତରଖାନାରେ ମଧ୍ୟ ଡ୍ରେନଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସେଠାରେ ମଧ୍ୟ ଜଳନିଷ୍କାସନ ହୋଇନପାରି ପାଣି ଜମି ରହିଥିଲା । ଏହା ସହିତ ସହରର ତଳିଆ ଅଞ୍ଚଳରେ ମଧ୍ୟ ପାଣି ଚାଲୁଛି ।

Leave A Reply

Your email address will not be published.