ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା

0

ଭଞ୍ଜନଗର : ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା । ମୃତକ କାଶୀନାଥ ଗୌଡ଼ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଗୋପାଳପୁର ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କାଶୀନାଥ ଘର ବାରଣ୍ଡାରେ ଖଟ ପକାଇ ଶୋଇଥିଲେ । ଏହି ସମୟରେ ଦୁର୍ବୁତ୍ତ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ । ଏହାପରେ ଏକ ଧାରୁଆ ଅସ୍ତ୍ରରେ ବୃଦ୍ଧଙ୍କ ବେକ ଓ ମୁଣ୍ଡ କୁ ଶକ୍ତ ଆଘାତ ଦେଇ ହତ୍ୟାକରି ଫେରାର ହୋଇଯାଇଥିଲା । ପରିବାର ଲୋକ ପଡୋଶୀ ଘରକୁ ଫୋନ ଯୋଗେ ଯୋଗାଯୋଗ କରି କବାଟ ଖୋଲିଥିଲା ।  ପରେ ଘଟଣା ସମ୍ପର୍କରେ ଜାଣିପାରିଥିଲେ  l ତେବେ  ବର୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ବଡ଼ଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଜାରି ରଖିଛନ୍ତି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବାର ସୂଚନା ରହିଛି ।

Leave A Reply

Your email address will not be published.