ବୁଦା ମୂଳରେ ପଡିଛି ନର କଙ୍କାଳ

0

ତେଲକୋଇ: ବୁଦା ମୂଳରେ ପଡିଛି ନର କଙ୍କାଳ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କାଳିଆ ଗାଁ ନିକଟରେ ଏହି ନରକଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଶନିବାର ଘୁରୁଡିଆ ନାଳ ନିକଟ ବୁଦାମୂଳରେ ଏକ ନରକଙ୍କାଳ ପଡିଥିଲା । ସକାଳେ କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚହେବାକୁ ଯାଇଥିବା ବେଳେ ନର କଙ୍କାଳକୁ ଦେଖିଥିଲେ । କଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କେହି ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.