ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

0

ରାଇରଙ୍ଗପୁର : ପୁଣି ଅଲୋଡା ନବଜାତ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏକଡାଳି ଗ୍ରାମର ନିକଟରେ ଥିବା ବୁଦା ମୂଳରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଗ୍ରାମବାସୀମାନେ ଏହି ଶିଶୁ ପୁତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଶିଶୁଟିର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏକଡାଳି ଗ୍ରାମର କିଛି ଛୋଟ ପିଲା ଆଜି ଶୌଚ ପାଇଁ ଯାଇଥିବା ବେଳେ ଗାଁ ନିକଟରେ ଥିବା ବୁଦା ମୂଳରୁ ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ। ଏହାପରେ ସେମାନେ ଗ୍ରାମବାସୀଙ୍କୁ ଖବର ଦେବାରୁ ଗାଁ ଲୋକମାନେ ଆସି ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ଶିଶୁଟିକୁ ୧୦୨ ଆମ୍ବୁଲାନ୍ସ ଯୋଗେ ବିଜାତଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁ ପୁତ୍ରଟି ସୁସ୍ଥ ଥିବା ଜଣା ପଡିଛି। ତେବେ ଏହି ନବ ଜାତକକୁ କିଏ ଏବଂ କାହିଁକି ସେଠାରେ ଫିଙ୍ଗି ଦେଇ ଯାଇଛି ସେନେଇ କୌଣସି ସୂଚନା ମିଳି ନାହିଁ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି।

Leave A Reply

Your email address will not be published.