ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫ ମୃତ

0

ଚଣ୍ଡିଗଡ : ଆଜି କାର୍ଯ୍ୟଭାର ସମ୍ଭାଳିବେ ପଞ୍ଜାବ କଂଗ୍ରେସର ନବ ନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମୋଗାରୁ ଚଣ୍ଡିଗଡ ଆସୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବରିଷ୍ଠ ପୋଲିସ ଅଧିକ୍ଷକ ହରମନବୀର ସିଂହ ଗିଲ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଦୁଇଟି ବସ୍‌ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଡ୍ରାଇଭରଙ୍କ ସମେତ ଅନ୍ୟ ୩ ଜଣ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.