ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ୫୦ ହଜାର ଟଙ୍କା

0

ଖୋର୍ଦ୍ଧା, :  ଖୋର୍ଦ୍ଧା ବାଘମାରୀ ବଜାରରେ ଗୁଳିମାଡ । ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ୫୦ ହଜାର ଟଙ୍କା । ଗୁରୁବାର ବିଳମ୍ବିତ ରାତିରେ ବ୍ୟବସାୟୀ ମନୋରଞ୍ଜନ ସାମନ୍ତରାୟକୁ ଗୁଳିମାଡ଼ ହୋଇଛି ।

ସେ ନିଜ ତେଜରାତି ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏହାସହ ତାଙ୍କ ନିକଟରୁ ୫୦ ହଜାର ଟଙ୍କା ନେଇ ଫେରାର ହେଇଥିବା ଜଣାପଡିଛି । ଆହତ ବ୍ୟବସାୟୀଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଭୁବନେଶ୍ବର ଏମ୍ ସ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଘମାରୀ ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.