ବାଙ୍କି : କାର୍ ଧକ୍କାରେ କନେଷ୍ଟବଳ ମୃତ । ବାଙ୍କିରେ କଇମୁଣ୍ଡି ଫାଣ୍ଡି ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା । ମୃତକ ରମେଶ ପରିଡ଼ା । ସେ ବାଙ୍କି ଥାନା କଇମୁଣ୍ଡା ଫାଣ୍ଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ।
ଖବର ଅନୁଯାୟୀ, ଆଜି ସକ।ଳ ସମୟରେ କଇମୁଣ୍ଡି ଫାଣ୍ଡି ରାସ୍ତାଠାରୁ ନିକଟସ୍ଥ ଚାରିଘରିୟା ଛକ ଆଡକୁ ରାସ୍ତା କଡ଼ଦେଇ ଚାଲୁଥିଲେ । ହଠାତ୍ ଏହି ସମୟରେ ଏକ କାର ଆସି ରମେଶଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ତଳେ ପଡିଯାଇଥିଲେ । ଘଟଣା ସ୍ଥଳରେ ରମେଶଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ଘର ମହୁଲଢ଼ିପି ବୋଲି ଜଣାପଡ଼ିଛି । ଗତ କିଛିଦିନହେବ ସେ କଇମୁଣ୍ଡି ଫାଣ୍ଡିରେ କାର୍ଯ୍ୟ କରିଆସୁଥିଲେ ।