କାର୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

0

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ନିକଟରେ କାର୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି।

ରାସ୍ତା କଡରେ ଛିଡା ହୋଇ କଥା ହେଉଥିବା ଲୋକଙ୍କୁ କାର୍ ଧକ୍କା ଦେଇଥିଲା। ମୃତକମାନେ ହେଲେ ଯାତ୍ରା ଗ୍ରାମର ପ୍ରଭାକର ମହାନ୍ତି ଓ ଆମ୍ବପୁଆ ଗ୍ରାମର ସନ୍ତୋଷ ସେଠି।ଗୁରୁତର ଜଣକ ହେଲେ କୁମ୍ପାପଡା ଗ୍ରାମର ବିଜୟ ସେଠୀ।

ତିନି ଜଣ ରାସ୍ତା କଡ଼ରେ ଠିଆ ହୋଇ କଥା ହେଉଥିଲେ। ଭଞ୍ଜନଗରରୁ ଭୁବନେଶ୍ୱର ପଟକୁ ଯାଉଥିବା ଏକ କାର ଦ୍ରୁତଗତିରେ ଆସି ସେମାନଙ୍କ ସହ ବାଇକ ଓ ସାଇକେଲକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡିଥିଲା।ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବିଜୟଙ୍କୁ ଅଗ୍ନିଶମ ବାହିନୀ ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରିଛି। କାର ଭିତରେ ବସିଥିବା ଦୁଇ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ପୁଲିସ ଅଟକ ରଖିଛି।

Leave A Reply

Your email address will not be published.