କାର ଧକ୍କାରେ ଜଣେ ମୃତ

0

ବୌଦ୍ଧ : ବୌଦ୍ଧ ଥାନା ବୁଟୁପାଲି ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। କାର ଧକ୍କାରେ ଜଣେ ମୃତ। ମୃତକ ଜଣକ ହେଲେ ବୁଟୁପାଲିର ଡିଙ୍ଗର ମେହେର। ତେବେ ଦୁର୍ଘଟଣା ଘଟାଇ କାର ଡ୍ରଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ଆଜି ପ୍ରାୟ ସକାଳ ୭ଟା ସମୟରେ ବୌଦ୍ଧ ପଟୁ ଏକ ଲାଲ ରଙ୍ଗର କାର ଆସୁଥିଲା। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ନିଜ ଘରୁ ଡିଙ୍ଗର ମେହେର ବାହାରକୁ ବାହାରୁ ଥିବା ସମୟରେ କାରଟି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଗୁରୁତର ଅବସ୍ଥାରେ ଡିଙ୍ଗରଙ୍କୁ ପାରିବାର ଲୋକେ ଅମ୍ବୁଲାନ୍ସ ଯୋଗେ ଡକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା କାରକୁ ଟ୍ରାକ କରିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.