କାର୍ ଧକ୍କାରେ ଯୁବକ ଗୁରୁତର

0

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ଆମ୍ବେଦକର ଛକ ନିକଟରେ ଆଜି ଦିନ ପ୍ରାୟ ସାଢେ଼ ୧ଟା ସମୟରେ ଏକ ହୋଣ୍ଡା ଇ ଆଇ ୨୦ ନାମକ ଏକ କାର (ଓଡି ୦୮ କ୍ୟୂ ୦୦୪୦) ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଡାହାଣ ଗୋଡ଼ ର ଜଙ୍ଗ ତଳେ ଶକ ଧକ୍କା ଲାଗିଛି । ଦୁର୍ଘଟଣାରେ ଆହତ ଯୁବକ ଜଣକ ହେଉଛନ୍ତି ଓ୍ବର୍ଡ ନମ୍ବର ୬ ର କୁନୁ ସୁନାନୀ (୩୨) ବୋଲି ଜଣାପଡ଼ିଛି । ଆହତ ଯୁବକର ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦୁର୍ଘଟଣା ରେ ଗୁରୁତର ଆହତ ଯୁବକକୁ ଉଚିତ୍ କ୍ଷତିପୂରଣ ଦେବା ସହିତ କାର ମାଲିକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ପ୍ରାୟ ଦେଢ଼ ଘଣ୍ଟା ଧରି ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଥିଲା ।

 

ରାସ୍ତା ଅବରୋଧ ହେବା ଫଳରେ କିଛି ସମୟ ଧରି ଗାଡ଼ି ମଟର ଗୁଡ଼ିକ ଯିବା ଆସିବା ବନ୍ଦ ରହିଥିଲା । କେସିଙ୍ଗା ପୋଲିସ ଖବର ପାଇ ଆଇ ଆଇ ସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ବରେ ଏସ ଆଇ ମୃତ୍ୟୁଞ୍ଜୟ ପତି, ମହିଳା ଏସ ଆଇ ଲଭଲି ପ୍ରଧାନ, ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କୁହର,ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ରୋକ ବନ୍ଦ ହୋଇନଥିଲା । ପରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଜ୍ୟୋତିର୍ମୟ କର, ଅତିରିକ୍ତ ତହସିଲଦାର ରୁଦ୍ରମଣୀ ନାଏକ, କେସିଙ୍ଗା ଏନ୍ ଏ ସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତେବେ ଥାନା ରେ କୋୖଣସି ଲିଖିତ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ହୋଇନଥିବାରୁ ମାମଲା ରୁଜୁ ହୋଇପାରି ନଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ଟିକୁ ପୋଲିସ ଜବତ୍ କରିଥିବା ଜଣାପଡିଛି । ଅନ୍ୟପଟେ କାର ଚଲାଉଥିବା ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ନେଇ ଖବର ସଂଗ୍ରହ ରୁ ପ୍ରକାଶ ।

Leave A Reply

Your email address will not be published.