ଜୟପୁର : ପୁଣି ଲଜ୍ଜା ! ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍ମର୍କ କଲେ ବଦମାସ। ବାଇକ୍ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇଥିଲେ ୪ ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି ନେଇ ଫେରାର ହୋଇଥିଲା। ପରେ ବାକି ୩ ଜଣ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁଲହାଣ କରିବା ସହ ମହିଳାଙ୍କୁ କାର ଭିତରକୁ ନେଇଯାଇଥିଲେ। ଗୋଟିଏ ପଟେ କ୍ଷତାକ୍ତ ହୋଇ ସ୍ବାମୀ ଚିତ୍କାର କରିବା ସହ ବିରୋଧ କରୁଥିଲେ କିନ୍ତୁ ମଣିଷ ରୂପି ରାକ୍ଷସମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅତ୍ୟନ୍ତ ଲଜ୍ଜାକର ଘଟଣା ରାଜସ୍ଥାନର ବାଡମେରରେ ଘଟିଛି।
ଏହି ଦମ୍ପତି ବାଇକ୍ ଯୋଗେ ସରନୁ ହୋଇ ବାଡମେର ଯାଉଥିଲେ। ସରନୁ ଟୋଲ ଗେଟ୍ ପାର ହେବା ମାତ୍ରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ୩ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ସ୍ବାମୀ-ସ୍ତ୍ରୀଙ୍କୁ ଜବରଦସ୍ତି କାରରେ ବସାଇ ଏକ ଶୂନଶାନ୍ ସ୍ଥାନକୁ ନେଇଯାଇଥିଲେ। ଏହା ପରେ ତିନି ଜଣ ସ୍ବାମୀ ସାମ୍ନାରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।
ସେମାନଙ୍କୁ ଛାଡ଼ିଦେବାକୁ ଦମ୍ପତି ବହୁ ନେହୁରା ହୋଇଥିଲେ କିନ୍ତୁ ବଦମାସଙ୍କ ମନରେ ଟିକେ ହେଲେ ବି ଦୟା ହୋଇନଥିଲା। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ପୋଲିସର କହିବା ଅନୁସାରେ, ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ଦମ୍ପତିଙ୍କୁ କାରରେ ଆଣି ସେହି ଟୋଲ୍ ଗେଟ୍ ନିକଟରେ ଛାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ। ସେମାନଙ୍କୁ ଗରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକେ।
ଗଣଦୁଷ୍କର୍ମ ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଜଣାପଡ଼ିଛି। ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ।