Browsing Category

କେନ୍ଦୁଝର

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ

ବଡ଼ବିଲ : ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାରାଖେଣ୍ଡରା ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ପରିଚୟ ହସ୍ତଗତ ହୋଇଛି, ସେ ନାଲଦା ଅଞ୍ଚଳର ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ମାଆ ଓ ଛୁଆ ହାତୀର ମୃତଦେହ ଠାବ

କେନ୍ଦୁଝର/ବାଂଶପାଳ  : ମାଆ ଓ ଛୁଆ ହାତୀର ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ରବଗାଁ ନିକଟରୁ ଠାବ ହୋଇଛି ମୃତଦେହ। ଘଟଣାସ୍ଥଳରେ ଡିଏଫ୍‌ଓଙ୍କ ସହ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  

ଗଛ ଡାଳରେ ଝୁଲୁଛି ଯୁବକଙ୍କ ମୃତଦେହ

କେନ୍ଦୁଝର ସଦର : ଗଛ ଡାଳରେ ଝୁଲୁଛି ଯୁବକଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ସାଇମନ୍ଦିର ରାସ୍ତା କଡରେ ଥିବା ଏକ ଗଛ ଡାଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଟ୍ରାକ୍ଟର ଓଲଟି ପଡିବାରୁ ସ୍ବାମୀ ମୃତ, ସ୍ତ୍ରୀ ସମେତ ୬ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଭୀମକୁଣ୍ଡ ରାସ୍ତାର କୋଠାଘର ବାଙ୍କ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣାସ୍ଥଳରେ ସ୍ବାମୀ ମୃତ ଓ ସ୍ତ୍ରୀ ସମେତ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମୃତକ କୋଠାଘର ଗ୍ରାମର ସିଙ୍ଗୁ ମାଝୀ ।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

କେନ୍ଦୁଝର: କେନ୍ଦୁଝରରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଝୁମ୍ପୁରା ଥାନାଅଞ୍ଚଳରର ପରେଶ୍ବର ସାହୁ ଓ କୁନ୍ଦନ କୁମାର ସାହୁ ଏକ କାର ରେ ୨୦ ନମ୍ବର ଜାତୀୟ ରାଜପଥରେ ନିଜ ଘରକୁ ଗତକାଲି ବିଳମ୍ବିତ…

୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି। ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ମଦ ନିଶାରେ ବିଷ ପିଇ ଦୁଇ ଜଣ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପୃଥକ ପୃଥକ ଗାଁରେ ମଦ ନିଶାରେ ବିଷ ପିଇ ଦୁଇ ଜଣ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଡ୍ରାଇଭରଙ୍କ ଉପରେ ଚଢ଼ିଗଲା ହାଇୱା

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପାଟନାଳି ବେଆଇନ ବାଲିଘାଟରେ ଅଘଟଣ। ଡ୍ରାଇଭରଙ୍କ ଉପରେ ଚଢ଼ିଗଲା ହାଇୱା  । ଘଟଣାସ୍ଥଳରେ ଡ୍ରାଇଭର ମୃତ । ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ରାଇପୁର ଗାଁରେ ଅଘଟଣ । ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ତାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।