Browsing Category

ବାଲେଶ୍ଵର

ଶିକ୍ଷିତ ଜିଲ୍ଲା ବାଲେଶ୍ବରରେ ସର୍ବାଧିକ ବାଲ୍ୟବିବାହ

ବାଲେଶ୍ବର : ସାକ୍ଷରତା ହାରରେ ରାଜ୍ୟରେ ସବୁଠୁ ଆଗୁଆ ଜିଲ୍ଲା ବାଲେଶ୍ବର। ଶିକ୍ଷିତଙ୍କ ସଂଖ୍ୟା ଏଠି ଅଧିକ, ଲୋକମାନେ ବି ପ୍ରତ୍ୟେକ କ୍ଷେତ୍ରରେ ସଚେତନ। ହେଲେ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥାରୁ ମୁକୁଳି ପାରିନାହିଁ ଏହି ଜିଲ୍ଲା।

କୋଭିଡ୍ ମୃତ୍ୟୁକୁ ଚାପିରଖୁଛି ବାଲେଶ୍ବର ଜିଲ୍ଲା ପ୍ରଶାସନ

ବାଲେଶ୍ବର : ମହାମାରୀ କରୋନାରେ କେତେ ଜୀବନ ଗଲାଣି। ଏମିତିକି ପୂରା ପରିବାର ବି ଉଚ୍ଛନ୍ନ ହୋଇଯିବାର ନଜିର ରହିଛି। ସରକାରଙ୍କ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲା ଏବେ ମଧ୍ୟ ରେଡ୍‌ ଜୋନ୍ ବଳୟରେ।

ରସିକିଆ ଅଧ୍ୟାପକଙ୍କୁ ଜେଲ୍

ବାଲେଶ୍ଵର : ଟ୍ୟୁସନ ନାମରେ କାମୁକ ଅଧ୍ୟାପକଙ୍କ ପାପ କାମ। ଭିଡିଓ ଭାଇରାଲ୍ ହେବା ପରେ ଶେଷରେ ପୋଲିସ ପଞ୍ଝାରେ ପଡିଲେ। କେବଳ ଏତିକି ନୁହେଁ କଲେଜ୍‌ରୁ ମଧ୍ୟ ତଡା ଖାଇଲେ। ଏବେ ରସିକିଆ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡିଛି।

ବିପୁଳ ପରିମାଣର ବିଦେଶୀ ମଦ ସହ ମହୁଲ ପୋଚ ଜବତ, ୪ ଗିରଫ

ଭୋଗରାଇ : ଜଳେଶ୍ବର ଅବକାରୀ ଓ ଭୋଗରାଇ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ମିଳିତ ଭାବେ ଚୋରା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରିଛନ୍ତି । ବିପୁଳ ପରିମାଣର ବିଦେଶୀ ମଦ ସହିତ ମହୁଲ ପୋଚ ଜବତ କରି ୪ଜଣଙ୍କୁ ଗିରଫ କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟଠୁ ବଳିଗଲାଣି ସର୍ପାଘାତ ଜନିତ ମୃତ୍ୟୁ

ବାଲେଶ୍ବର : ଜିଲ୍ଲାରେ ଏବେ ସାପ ସାଜିଛି କାଳ। କେଉଁଠି ନାଗସାପ ଦଂଶନରେ କାହାର ପ୍ରାଣ ଗଲାଣି ତ ଆଉ କେଉଁଠି ଚିତ୍ତି, ତମ୍ପ, ନାଉଡଙ୍କ, ଚନ୍ଦନବୋଡ଼ା, ରଣା ଭଳି ବିଷଧର ସାପକାମୁଡ଼ାରେ କିଏ ପ୍ରାଣ ହରାଇଲାଣି।

ତାଣ୍ଡବ ରଚିବା ଆରମ୍ଭ କରି ଦେଇଛି ବାତ୍ୟା ୟାସ, ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ

ବାଲେଶ୍ୱର: ବାଲେଶ୍ୱର ଜିଲା ସୋର ଓ ଏହାର ଆଖପାଖ ଅଞ୍ଚଳରେ ବାତ୍ୟା ୟାସ ଏହାର ତାଣ୍ଡବ ରଚିବା ଆରମ୍ଭ କରି ଦେଇଛି । ଗତ କାଲି ମଧ୍ୟ ରାତ୍ରିରୁ ପ୍ରବଳ ପବନ ସାଙ୍ଗକୁ ଭୀଷଣ ବର୍ଷା ହେବାର ଦେଖିବାକୁ ମିଳିଛି । ୮୦ରୁ ୯୦ କି.ମି ପବନର ବେଗ ରହିଛି । ସୋରରେ ଗଛ ପଡି ପାଚେରୀ ଭାଙ୍ଗି ଯାଇଛି ।

ଧାମରା, ବାଲେଶ୍ୱର ସ୍ଥିତି ଭୟାନକ,ମାଡ଼ି ଆସିଲାଣି ସମୁଦ୍ର

ବାଲେଶ୍ବର: ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରେ ମାଡ଼ି ଆସିଲାଣି ଜୁଆର । ଜନବସତିର ଖେଳୁଛି ପାଣି । ଛେଚୁଛି ତୁହାକୁ ତୁହା ବର୍ଷା । ସୁ ସୁ ଗର୍ଜନରେ ବୋହୁଛି ପବନ । ଧାମରାରେ ସ୍ଥିତି ସାଂଘାତିକ ଆଡ଼କୁ ଗତି କରୁଛି । ଲୋକେ ଭୟ ଓ ଆଶଂକାରେ ଅଛନ୍ତି ।