ସିବିଏସ୍‌ଇ ପରୀକ୍ଷା ରଦ୍ଦ କରିବାକୁ ଦାବି କଲେ କେଜ୍ରିୱାଲ

0

ନୂଆଦିଲ୍ଲୀ – ଦେଶରେ କରୋନା ଭାଇରସ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନା ମହାମାରୀ ଘେରକୁ ଆସିଯାଇଛି ଏବଂ ପ୍ରତିଦିନ ଏଠାରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଗତ ଦିନରେ  ଦିଲ୍ଲୀରେ ୧୧୪୯୧ କରୋନା ମାମଲା ଚିହ୍ନଟ  ହୋଇଛି । ୭୨ ଲୋକଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ ଲଗାତାର କରୋନା ମାମଲା ବୃଦ୍ଧିକୁଦେଖି ସରକାର ଦୃଢ଼ ନିଷ୍ପତ୍ତି  ନେଉଛନ୍ତି , ହସ୍ପିଟାଲରେ ବ୍ୟବସ୍ଥା ମଧ୍ୟ ବିଗିଡ଼ି ଗଲାଣି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ପ୍ରେସ୍‌ କନଫ୍ରେନ୍ସରେ କହିଛନ୍ତି ବହୁତ ଜରୁରୀ ହେଲେ ଘରୁ ପଦାକୁ ବାହାରନ୍ତୁ । ପ୍ରତି କୋଭିଡ ନିୟମର ପାଳନ କରି ଘରୁ ବାହାରନ୍ତୁ । ବର୍ତ୍ତମାନର ଅବସ୍ଥା ଦେଖି ତୁରନ୍ତ ସିବିଏସ୍‌ଇର ପରୀକ୍ଷାକୁ ରଦ୍ଦ କରାଯିବା ଉଚିତ୍‌ । ବର୍ତ୍ତମାନର ଅବସ୍ଥାରେ ଏହା ଉତ୍ତମ ନିଷ୍ପତ୍ତି ଅଟେ ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ହସ୍ପିଟାଲ ସହ  ଏବେ ବ୍ୟାଙ୍କଟ ହଲ୍‌ ( Banknote Hall)କୁ ମଧ୍ୟ ଯୋଡ଼ା ଯାଉଛି । ଏଇଥି ପାଇଁ ଯେ ହସ୍ପିଟାଲରେ ଅଳ୍ପ ବିପଦ ଥିବା ରୋଗୀଙ୍କୁ ଏହି ବ୍ୟାଙ୍କଟ ହଲ୍‌କୁ ନିଆଯାଇ ପାରିବ । ଦିଲ୍ଲୀରେ ହସ୍ପିଟାଲରେ ଯେଉଁ ସର୍ଜରୀ  ୱେଟିଂରେ ରହିଛି , ତାକୁ ଏବେ ରୋକି ଦିଆଯାଉଛି । କେବଳ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କର ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.