ସିମେଣ୍ଟ ବସ୍ତା ତଳେ ଚାପି ହୋଇଗଲେ ୩୦ ଶ୍ରମିକ

0

ବାଲେଶ୍ୱର: ସିମେଣ୍ଟ ବସ୍ତା ଖସି ୪ ଶ୍ରମିକ ଗୁରୁତର । ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍‌ସା ଥାନା ତାହାରପୁର ଗ୍ରାମର ବ୍ରଜମୋହନ ସେନାପତିଙ୍କ ପୁଅ ରମେଶ(୨୭) ଓ କାର୍ତ୍ତିକ ଚନ୍ଦ୍ର ବାରିକ(୩୫), ଦୁର୍ଗାପୁର ଗ୍ରାମର ଗୁରୁ ସିଂ (୩୮) । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଗୁରୁବାର ବାମଡ଼ାଠାରେ ଥିବା ଏକ ସିମେଣ୍ଟ ଗୋଦାମରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ । ଏତିକିବେଳେ ଥାକମରା ହୋଇଥିବା ସିମେଣ୍ଟ ବସ୍ତା ଖସି ପଡ଼ିଥିଲା । ଫଳରେ ଶ୍ରମିକମାନେ ସିମେଣ୍ଟ ବସ୍ତା ତଳେ ଚାପି ହୋଇ ଯାଇଥିଲେ ।

ପ୍ରାୟ ୩୦ରୁ ଅଧିକ ଶ୍ରମିକ ବସ୍ତା ତଳେ ରହି ଯାଇଥିଲେ । କୌଣସି ପ୍ରକାରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରୁପ୍‌ସା ଡାକ୍ତରଖାନାକୁ ତୁରନ୍ତ ନିଆଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚକିତ୍ସାଳୟକୁ ପଠାଯାଇଥିଲା ।

Leave A Reply

Your email address will not be published.