ଭୁବନେଶ୍ବର : ଶେଷ ହେଲା ସର୍ବଦଳୀୟ ବୈଠକ । ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ବିଧାନସଭା ଅଧିବେଶନ ବସିବ । ବିରୋଧୀ ଦଳ ନେତା ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ । ଚଳିତବର୍ଷ ବିଧାନସଭା ତାରକା ଚିହ୍ନଟ ପ୍ରଶ୍ନ ରହିବ । ସମସ୍ତ ସଦସ୍ୟଙ୍କ ଆଣ୍ଟିବଡ଼ି ଟେଷ୍ଟ ହେବ । ମୁଲତବୀ ଆଲୋଚନା ବେଳେ ବିରୋଧୀ ଓ ଶାସକଙ୍କ ପାଇଁ ସମୟସୀମା ଧାର୍ଯ୍ୟ । ବିରୋଧୀ ପାଇଁ ୫୫ ମିନିଟ୍ ଏବଂ ଶାସକଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଛି । ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ସେ କହିଛନ୍ତି ପୂର୍ବରୁ କୋଭିଡ୍ ନିୟମ ମାନି ଯେମିତି ବିଧାନସଭା ଚାଲୁଥିଲା ସେମିତି ଚାଲିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଯେମିତି ଆଲୋଚନା ହେଉଥିଲା ସେମିତି ହେବ। ସ୍ଵଳ୍ପକାଳୀନ ଅଧିବେଶନ ହୋଇଥିବାରୁ ସମୁଦାୟ ୬ଟି ମୁଲତବୀ ନୋଟିସ ଆସିବ। ବିଜେପିର ୪ଟା ଏବଂ କଂଗ୍ରେସର ୨ଟି। ରାଜ୍ୟରେ ମରୁଡି ସ୍ଥିତି, ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ମାହାଙ୍ଗା ଡବଲ ମର୍ଡର କେସରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ସମସ୍ତେ ତାଙ୍କ ମତାମତ ଦେଇଥିଲେ । ତେବେ ରାଜ୍ୟରେ ମରୁଡି ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଶିକ୍ଷକ ଅଭାବ, ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା