ଚନ୍ଦ୍ରପୃଷ୍ଠରେ ମଣିଷ ସହିତ ଲକ୍ଷାଧିକ ଜୀବଙ୍କର ଶୁକ୍ରାଣୁ ଓ ଡିମ୍ବାଣୁ ଗଚ୍ଛିତ ରଖିବାକୁ ଚାହାନ୍ତି ବୈଜ୍ଞାନିକ

0

ନୂଆଦିଲ୍ଲୀ : ମଣିଷକୁ ଯେବେଠାରୁ ଯେବେଠାରୁ ଜ୍ଞାନ ଆସିଛି ସେବେଠାରୁ କେବଳ ଗୋଟିଏ ଭୟ ରହିଛି। ତାହା ହେଲା ପୃଥିବୀ ନଷ୍ଟ ହୋଇଗଲେ କ’ଣ ମାନବ ସଭ୍ୟତା ଶେଷ ହୋଇଯିବ? ଏହି ବିପଦକୁ ଦେଖି ଏବେ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ରିର୍ସଚ୍ଚ ଚାଲିଛି। ଅନ୍ୟ ଗ୍ରହରେ ମାନବ ସଭ୍ୟତାର ବସତି ପାଇଁ ସମ୍ଭାବନାକୁ ଖୋଜାଯାଉଛି। ମାନବ ସଭ୍ୟତାକୁ ବଞ୍ଚାଇବା ପାଇଁ ଏବେ  ଚନ୍ଦ୍ରପୃଷ୍ଠରେ  ସାରା ବିଶ୍ବର ୬୭ ଲକ୍ଷ ପ୍ରଜାତିର ଡିଏନଏ ଷ୍ଟୋର କରାଯିବ। ଏଥିରେ ପୁରୁଷଙ୍କ ଶୁକ୍ରାଣୁ, ମହିଳାଙ୍କ ଡିମ୍ବାଣୁ ଓ ଗଛ-ଲତାର ମଞ୍ଜି, କବକ ଆଦି ସାମିଲ ରହିଛି। ଏହାକୁ କ୍ରାଏଜେନିକାଲି ଫ୍ରୋଜେନ୍ କରିବା ପରେ ଚନ୍ଦ୍ରରେ ରଖାଯାଇପାରେ। ଏହାକୁ ରଖିବା ପାଇଁ ବୈଜ୍ଞାନିକମାନେ ନୋହାସ୍ ଆର୍କ ଭଳି ଲୁନର ଆର୍କ ତିଆରି କରି ତାକୁ ରଖିବାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନିକଟରେ ହୋଇଥିବା IEEE Aerospace Conference ରେ ଦେଇଛନ୍ତି।

ଏରିଜୋନା ୟୁନିଭର୍ସିଟିର ରିସର୍ଚ୍ଚର ଜେକେନ୍ ଥାଙ୍ଗା କହିଛନ୍ତି, ପୃଥିବୀରେ ଥିବା ସମସ୍ତ ପ୍ରଜାତିର ଡିଏନଏନ ଯଦି କୌଣସି ରୂପରେ ଚନ୍ଦ୍ର ପୃଷ୍ଠରେ ଷ୍ଟୋର କରାଯାଏ ଏହା ବିଶ୍ବର ଆଧୁନିକ ଇନସ୍ୟୁରାନ୍ସ ପଲିସି ହେବ। ଜେକେନ୍ କହିଛନ୍ତି, ଏଥିପାଇଁ ଆମକୁ ଏକ ଲୁନର ଆର୍କ ହେବାକୁ ହେବ। ଯାହାକି ଏକ ଟ୍ୟୁବ୍ ଭଳି ହେବ। ଏହାକୁ ଚନ୍ଦ୍ରର ସେହି ଗୁମ୍ଫାରେ ରଖାଯିବ, ଯାହାକି ଥଣ୍ଡା ପଡିସାରିଥିବା ଲାଭାରୁ ତିଆରି ହୋଇଥାଏ।

ଏହି ଗୁମ୍ଫା ୩୦୦ କୋଟି ବର୍ଷ ପୁରୁଣା। ଲୁନାର ଆର୍କ ସୋଲାର ପ୍ୟାନେଲ ଜରିଆରେ ଶକ୍ତି ପ୍ରଦାନ କରାଯିବ। ଜେକେନ ଥାଙ୍ଗା କହିଛନ୍ତି, ଏହି କାମ ପାଇଁ ପୃଥିବୀରୁ ଚନ୍ଦ୍ର ପାଇଁ ୨୫୦ ରକେଟ ପଠାଇବାକୁ ହେବ। ଜେନେକ ଏହି କଥା ଉପରେ କନଫ୍ରେନ୍ସକୁ ଆସିଥିବା ଅନ୍ୟ ବୈଜ୍ଞାନିକମାନେ ସହମତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.