ଚାଷୀଙ୍କ ଲାଗି କବିତାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଜନ୍ତରମନ୍ତର କିଷାନ ସଂସଦରେ ଭାଗ ନେଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାଷୀଙ୍କ ଦାବି ନେଇ ଏକ କବିତା ମଧ୍ୟ ଶୁଣାଇଛନ୍ତି। ହିନ୍ଦୀରେ ଲିଖିତ ଏହି କବିତାକୁ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ମଧ୍ୟ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ ଏବେ ସଂସଦ ଭବନ ସମ୍ମୁଖ ଜନ୍ତରମନ୍ତରରେ ଧରାଣା ଦେଇଛନ୍ତି। ସେଠାରେ ସେମାନଙ୍କର କିଷାନ ସଂସଦ ମଧ୍ୟ ଅନୁଷ୍ଠିତ ହେଉଛି। ଚାଷୀଙ୍କ ସଂସଦରେ ରାହୁଲ ଶୁକ୍ରବାର ମିଳିତ ବିରୋଧୀ ଦଳଙ୍କ ସହ ପହଞ୍ଚିଥିଲେ। ଏଥିରେ ରାହୁଲଙ୍କ ସହ ଡିଏମକେ, ଶିବସେନା, ଆରଜେଡି ଓ କଂଗ୍ରେସର ସାଂସଦମାନେ ଥିଲେ। ତେବେ ଏଥିରେ ଟିଏମସି, ବସପା ଅଥବା ଅନ୍ୟ କୌଣସି ଦଳର ସାଂସଦଙ୍କୁ ଦେଖା ଯାଇନି। ତେବେ ଜନ୍ତରମନ୍ତରରେ ଚାଷୀଙ୍କ ସଂସଦରେ ରାହୁଲ ଏକ କବିତା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ। ଯେଉଁଥିରେ କୃଷି ଆଇନ ବିରୋଧରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କବିତାରେ ରାହୁଲ ଚାଷୀଙ୍କ ଲାଗି ହକ୍ ଦାବି କରିଥିବା ବେଳେ ଚାଷୀଙ୍କ ଲାଗି ସେ ଛିଡା ହୋଇଥିବା କହିଛନ୍ତି। ଖେତ, ଖଳା ସବୁ ଚାଷୀର ହେଲେ ଫସଲ ତାକୁ ମିଳିବ କି ବୋଲି ରାହୁଲ କବିତାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଆଇନରେ ଚାଷୀର ସବୁ ହେଲେ ଚାଷ ଛଡା ତାର ଆଉ କିଛି ନାହିଁ। ଏଥିରେ ତାର ହକ୍‌ କିଏ ଦେବ ବୋଲି ରାହୁଲ କବିତାରେ ପ୍ରଶ୍ନ କରିବା ଏବେ ରାଜନୀତିକୁ ଉଷ୍ମ କରିଛି।     

Leave A Reply

Your email address will not be published.