ଛାତରୁ ଖସି ଶୌଚାଳୟ ଟାଙ୍କିରେ ପଡିଲେ ଯୁବକ, ଚାଲିଗଲା ଜୀବନ

0

ବଲାଙ୍ଗିର : ଛାତ ଉପରେ ଫୋନରେ କଥା ହେବା ହେଲା କାଳ । ଛାତରୁ ଖସି ତଳେ ଥିବା ଶୌଚାଳୟରେ ପଡି ଗଲା ଜୀବନ । ବଲାଙ୍ଗିର ସହର ବରପାଲିପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ଧଣ୍ଡାମୁଣ୍ଡାର ସୁରେନ୍ଦ୍ର ମିଶ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି ।

 

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୫ଟାରେ ଛାତ ଉପରେ ବସି କଥା ହେଉଥିଲେ ସୁରେନ୍ଦ୍ର । ଗୋଡ ଖସିଯିବାରୁ ସେ ତଳକୁ ଖସିପଡିଥିଲେ । ଫଳରେ ସେ ତଳେ ଥିବା ଏକ ଶୌଚାଳୟ ଟାଙ୍କିରେ ପଡିଯାଇଥିଲେ । ଟାଙ୍କିରେ ବୁଡିକି ରହିଥିବା ବେଳେ ଟାଙ୍କିର ସ୍ଲାବ୍ ଭାଙ୍ଗି ଯାଇଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ଭୀମ ଭୋଇ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.