ଛତିଶଗଡରେ ବେକାବୁ ସଂକ୍ରମଣ, ଷ୍ଟ୍ରେଚର ଓ ଆମ୍ୱୁଲାନ୍ସରେ ପଡିରହିଛି ଶବ

0

ନୂଆଦିଲ୍ଲୀ : ସାରା ଦେଶରେ ଅନିୟନ୍ତ୍ରିତ ହେବାରେ ଲାଗିଛି ଭୂତାଣୁ । ପ୍ରତିଦିନ ଅନେକ ସଂଖ୍ୟାରେ ନୂଆ କେସ୍ ସାମ୍ନାକୁ ଆସୁଛି । ତେବେ ଛତିଶଗଡରେ ବେକାବୁ ହେଉଛି ସଂକ୍ରମଣ । ଛତିଶଗଡ ରାଜଧାନୀ ରାୟପୁର ସରକାରୀ ହସ୍ପିଟାଲରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ ।

ଡକ୍ଟର ଭିମରାଓ ଅମ୍ୱେଦକର ମେମୋରିଆଲ ହସ୍ପିଟାଲରେ ଶବ ରଖିବାକୁ ମିଳୁନି ଜାଗା । କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ପରେ ଏଣେ ତେଣେ ପଡିରହିଛି ମୃତଦେହ । ହସ୍ପିଟାଲରେ ଥିବା ଫ୍ରିଜର ପୂରା ଭର୍ତ୍ତି ହୋଇଯାଇଛି । ଜାଗା ନଥିବାରୁ ଷ୍ଟ୍ରେଚର ଠାରୁ ଆରମ୍ଭ କରି ଆମ୍ୱୁଲାନ୍ସରେ ପଡିରହିଛି ଶବ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ନିରୁପାୟ ହୋଇଯାଇଛନ୍ତି । ପୂର୍ବରୁ ଅନ୍ତିମ ସଂସ୍କାର ପାଇଁ ହେବାକୁ ଥିବା ଅନେକ ସଂଖ୍ୟାରେ ମୃତଦେହ ପଡିଛି । ଅନ୍ୟ କୌଣସି ଉପୟା ନଥିବାରୁ ଷ୍ଟ୍ରେଚର, ଆମ୍ୱୁଲାନ୍ସରେ ସବୁ ପଡିରହିଛି ମୃତଦେହ ।

Leave A Reply

Your email address will not be published.