ଛେଳି ଚୋରକୁ ଖୁଣ୍ଟରେ ବାନ୍ଧି ଛେଚିଲ ଗ୍ରାମବାସୀ

0

ବାଲିପାଟଣା : ଛେଳି ଚୋରକୁ ଖୁଣ୍ଟରେ ବାନ୍ଧି ଛେଚିଲ ଗ୍ରାମବାସୀ । ବାଲିପାଟଣା ଥାନା ବାଗଲପୁର ଅନସ୍ତମାଳ ଏକସାହିର ଘଟିଛି ଘଟଣା। ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଚୋରକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

 

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାଗଲପୁର ଅନସ୍ତମାଳର ଭାଗବତ ଦାସଙ୍କ ଗୁହାଳରେ ଛେଳି ଚୋରୀ କରିବା ଉଦ୍ୟେଶ୍ୟରେ ତିନି ଜଣ ଚୋର ପଶିଥିଲେ । ଏହା ପୂର୍ବରୁ ଗାଁର ଷ୍ଟ୍ରିଟ୍ରି ଲାଇଟ ବନ୍ଦ କରିଥିଲେ ଦୁର୍ବୃତ୍ତମାନେ । ଗାଁରୁ ବାରମ୍ବାର ଅଟୋ ଚକା, ପାଣି ମଟର, ଛେଳି ଚୋରି ହେଉଥିବାରୁ ଗ୍ରାମବାସୀମାନେ ସତର୍କ ହେବା ସହ ଜଗି ବସିଥିଲେ ।

 

ଛେଳି ଚୋରି କରି ଗୁହାଳରୁ ବାହାରିବା ବେଳକୁ ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଜଣଙ୍କୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ ଗ୍ରାମବାସୀ । ସେପଟେ ଅନ୍ୟ ଦୁଇ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରୁ ଚୋରକୁ କାବୁ କରି ତଦନ୍ତ କରୁଛି । ଅଟକ ଥିବା ଯୁବକ ଅନସ୍ତମାଳର ହେମନ୍ତ କାଣ୍ଡି ବୋଲି ଜଣାପଡିଛି ।

Leave A Reply

Your email address will not be published.