ଛତିଶଗଡର ୨୮ରୁ ୧୮ ଜିଲ୍ଲାରେ ଲାଗୁ ହେଲା ଲକ୍ ଡାଉନ୍

0

ରାୟପୁର  : ଛତିଶଗଡରେ କୋଭିଡ୍ ୧୯ର ସଂକ୍ରମଣ ମାମଲା ବଢୁଥିବାରୁ ୨୮ ଜିଲ୍ଲାରୁ ୧୮ ଜିଲ୍ଲାରେ ଲକ୍ ଡାଉନ୍ ଲାଗୁ ହୋଇଛି । ରବିବାର ଦିନ ବିଳାସପୁର ରେ ୧୪ ଅପ୍ରେଲରୁ ୨୧ ଅପ୍ରେଲ, ସରଗୁଡାରେ ୧୩ ଅପ୍ରେଲରୁ ୨୩ ଅପ୍ରେଲ, ବଳରାମପୁରରେ ୧୪ ଅପ୍ରେଲ ସନ୍ଧ୍ୟା ୬ଟାରୁ ୨୫ ଅପ୍ରେଲ, ମୁଙ୍ଗେଲୀରେ ୧୪ ଅପ୍ରେଲରୁ ୨୧ ଅପ୍ରେଲ, ଜାଞ୍ଜଗିର-ଚାମ୍ପାରେ ୧୩ ଅପ୍ରେଲ ସନ୍ଧ୍ୟା ୬ଟାରୁ ୨୩ ଅପ୍ରେଲ ପର୍ଯ୍ୟନ୍ତ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଅନେକ ପ୍ରକାରର ଗତିବିଧି ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୨୯୭କୁ ବୃଦ୍ଧି ପାଇଛି । ୧୨୨ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୪,୮୯୯କୁ ବୃଦ୍ଧି ପାଇଛି ।

ଏହାପୂର୍ବରୁ ଭୂପେଶ ଓ୍ବାଘେଲ ସରକାର ରାୟପୁର, ଦୁର୍ଗ, ଧମତରୀ ବାଲୋଦ, କୋରିଆ, ବେମେତରା, ରାଜନାଦଗାଓଁ, ଯଶପୁର, ବଲୌଦାବଜାରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା ଯାହା ବଳବତ୍ତର ରହିଛି । ସେପଟେ କୋବରାରେ ଆଜିଠାରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲଗାଯିବ । ଲକ୍ ଡାଉନ୍ ସମୟରେ ସବୁ ଜିଲ୍ଲାର ସୀମା ସିଲ୍ ରହିବ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଏବେ ୯୦,୨୭୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେହିଭଳି ୩,୪୮,୧୨୧ ସଂକ୍ରମିତ ସୁସ୍ଥ ହୋଇସାରିଲେଣି । ଅଧିକ ସଂକ୍ରମିତ ହୋଇଥିବା ରାୟପୁର ଏବଂ ଦୁର୍ଗ ଜିଲ୍ଲାରେ କ୍ରମଶଃ ୨୮୩୩ ଏବଂ ୧୬୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.