ଛିନତାଇ ମାମଲାରେ ୪ ଲୁଟେରା ଗିରଫ

0

ବାରିପଦା, : ବାରିପଦା ପୋଲିସକୁ ଏକ ବଡ ସଫଳତା ମଳିଛି । କିଛିଦିନ ଧରି ନାକେଦମ୍ କରୁଥିବା ବାଇକ୍ ଚୋରି ଘଟଣାରେ ଆଜି ବାରିପଦା ପୋଲିସ ୪ଜଣକୁ ଗିରଫ କରିଛି । ସେମାନେ ହେଲେ ରଞ୍ଜନ ପରିଡ଼ା, ଦୀପକ ଜେନା, ରାକେଶ ଦାସ ଓ ତରୁଣ କୁମାର ଜେନା । ଏ ସମସ୍ତେ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ବସ୍ତା ଅଞ୍ଚଳର । ସେମାନଙ୍କ ପାଖରୁ ପ୍ରାୟ ୪୭ଗ୍ରାମର ୩ଟି ସୁନା ଚେନ୍, ଗୋଟିଏ ହୀରା ସହିତ ଦୁଇଟି ବାଇକ୍ ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି ।

ଏନେଇ ଗତ ଜୁନ ମାସରେ ୩ଟି କେସ ହୋଇଥଲା । ଯଥା ୫୧୨, ୫୩୩ ଓ ୬୦୦ର ସମାଧାନ ହୋଇଯାଇଛି । ଏହି ଦୁର୍ବୃତ୍ତମାନେ ବସ୍ତା ଅଞ୍ଚଳରେ ପାଠ ପଢ଼ୁଥିବା ବେଳେ ପୁର୍ବରୁ ବସ୍ତା ଥାନାରେ ମଧ୍ୟ ସେମାନଙ୍କ ନାମରେ ୬ଟି ମାମଲା ଥିବା ଜଣାପଡିଛି । ଆଜି ବାରିପଦା ପୋଲିସ ଏହି ୪ ଜଣଙ୍କୁ କେସ ନମ୍ବର ୫୧୨, ୫୩୩ ଓ ୬୦୦ରେ ଧାରା ୩୯୨/୩୪ ଓ ୩୯୪/୩୪ ଆଇ.ପି.ସି. ଅନୁସାରେ କୋର୍ଟ ଚାଲାଣ କରିଛି । ତେବେ ଏହାର ଅଧିକ ତଦନ୍ତ କରାଯାଇ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଠାବ କରି ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.