ମୁମ୍ବାଇ : ବ୍ୟାଙ୍କର ଜଣେ ମହିଳା ଆସିଷ୍ଟାଷଣ୍ଟ ମ୍ୟାନେଜରଙ୍କୁ ଛୁରି ଭୁଶି ହତ୍ୟା କଲେ ମ୍ୟାନେଜର। ମହାରାଷ୍ଟ୍ରର ମୁମ୍ବାଇରେ ଘଟିଥିବା ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତି ପ୍ରାୟ ୮ଟା ବେଳେ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମହିଳା ଏବଂ ତାଙ୍କର ଜଣେ ମହିଳା ସହଯୋଗୀ କାର୍ଯ୍ୟ କରୁଥିଲେ । ବ୍ୟାଙ୍କର କାର୍ଯ୍ୟ ଅବଧି ସରିଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁଇ କର୍ମଚାରୀ କାର୍ଯ୍ୟ କରୁଥିଲେ। ତେବେ ମହିଳା ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି। ପାଲଘର ଜିଲ୍ଲାର ବିରାର ଇଷ୍ଟ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଘଟିଥିବା ଘଟଣାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି।
ବିରାର ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତ ଅନିଲ ଦୁବେ ନ୍ୟାୟଗ୍ରାମ ଆକ୍ସିସ୍ ବ୍ୟାଙ୍କ ମ୍ୟାନେଜର, ଯିଏକି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଥିଲେ। ଏବେ ତାଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଅନିଲ ଦୁବେଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେ ସେହି ଆଇସିଆଇସିଆଇ ବ୍ରାଞ୍ଚର ମ୍ୟାନେଜର ଥିଲେ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବ୍ୟାଙ୍କ ଭିତରେ ପଶି ବେକରେ ଛୁରୀ ଲଗାଇ ଆସିଷ୍ଟାଣ୍ଟ ମ୍ୟାନେଜର ଯୋଗିତା ବର୍ତକ ଏବଂ କ୍ୟାସିୟର ଶ୍ରଦ୍ଧା ଦେବ୍ରୁଖକରଙ୍କୁ ଧମକ ଦେଇଥିଲେ। ଏହା ପରେ ସେମାନଙ୍କୁ ଭୟ ଦେଖାଇ ଟଙ୍କା ଏବଂ ଅଳଙ୍କାର ଏକ ଅଖାରେ ପୂରାଇ ଯିବାକୁ ବାହାରିଥିବା ବେଳେ ଦୁଇ କର୍ମଚାରୀ ଆଲାରାମ ବଜାଇଦେବା ସହ ଅଭିଯୁକ୍ତଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ।
ଏହି ସମୟରେ ଦୁବେ ବର୍ତକ ଏବଂ ଦେବ୍ରୁଖକରଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହା ପରେ ଦୁବେଙ୍କୁ ସ୍ଥାନୀୟ ଲୋକେ ଧରିନେଇଥିଲେ। କିନ୍ତୁ ତାଙ୍କର ଜଣେ ସହଯୋଗୀ ସେଠାରୁ ଚମ୍ପଟ ମାରିବାକୁ ସଫଳ ହୋଇଥିଲା। ଏହା ସହ ବିରାର ଥାନାଧିକାରୀଙ୍କ ଅନୁସାରେ, ବ୍ୟାଙ୍କ ଭିତେର ବର୍ତକ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ପାଖରେ ତାଙ୍କର ସହଯୋଗୀ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବର୍ତକଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାସିୟର ଚିକିତ୍ସାଧୀନ ଅଛନ୍ତି