କମର୍ସ ଛାତ୍ର ମଧ୍ୟ କରିପାରିବେ ବିଟେକ୍

0

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଇଁ ଏବେ ଦ୍ବାଦଶ  ଶ୍ରେଣୀରେ ଗଣିତ କିମ୍ବା ଫିଜିକ୍ସ ପଢିବା ବାଧ୍ୟତାମୂଳକ ନୁହେଁ। ଏହି ନିଷ୍ପତ୍ତି ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ୍ (AICTE) ନେଇଛି। ଇଞ୍ଜିନିୟରିଂରେ ଫିଜିକ୍ସ କେମେଷ୍ଟ୍ରୀ ଓ ଗଣିତ ବ୍ୟତୀତ, କମ୍ପ୍ୟୁଟର ସାଇନ୍ସ, ଇଲୋଟ୍ରୋନିକ୍ସ, ଆଇଟି, ବାୟୋଲୋଜି, ଇନଫରମେଟିକ୍ ପ୍ରାକଟିସ୍, ବାୟୋଟେକ୍ନୋଲୋଜି,ଟେକ୍ନିକାଲ ଭୋକେସନାଲ ସବଜେକ୍ଟ,ଏଗ୍ରିକଲଚର, ଇଞ୍ଜିନିୟରିଂ ଗ୍ରାଫିକ୍, ବିଜନେସ୍ ଷ୍ଟଡିଜ୍ର ଛାତ୍ର ମଧ୍ୟ ଆଡମିଶନ୍ ନେଇପାରିବେ। ଇଞ୍ଜିନିୟରିଂରେ ଆଡମିଶନ୍ ପାଇଁ ଦ୍ବାଦଶ ଶ୍ରେଣୀରେ ଏହା ଭିତରୁ କୌଣସି ତିନୋଟି ବିଷୟ ରହିବା ଦରକାର।

କାଉନସିଲ ଇଞ୍ଜିନିୟରିଂର ଅଣ୍ଡର ଗ୍ରାଜୁଏଟ୍ କୋର୍ସରେ ଆଡମିସନର  ମାପଦଣ୍ଡ ବଦଳାଇ ଫିଜିକ୍ସ, କେମେଷ୍ଟ୍ରି ଓ ମ୍ୟାଥକୁ ବିକଳ୍ପ କରିଦେଇଛନ୍ତି। ନୂଆ ବ୍ୟବସ୍ଥା ୨୦୨୧-୨୨ ରୁ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଇଞ୍ଜିନିୟରିଂ ଓ ଟେକ୍ନେଲୋଜି ଭିତରେ ଅଣ୍ଡର ଗ୍ରାଜୁଏଟ୍ କୋର୍ସରେ ଆଡମିଶନ୍ ପାଇଁ ଦ୍ବାଦଶରେ ଗଣିତ ଓ ଫିଜିକ୍ସ ପଢିବା ବାଧ୍ୟତାମୂଳକ ହେଉଥିଲା। ଏଆଇସିଟିଇ ଏହି ନିଷ୍ପତ୍ତି ଇଞ୍ଜିନିୟରିଂ ପଢୁଥିବା ବିଭିନ୍ନ ବ୍ୟାକଗ୍ରାଉଣ୍ଡରୁ ଆସୁଥିବା ଛାତ୍ରଙ୍କୁ ଆଶ୍ବସ୍ଥି ଦେବା ପାଇଁ ରହିଛି। ସାଧାରଣ ବର୍ଗର ଛାତ୍ରଙ୍କୁ ଏହି ବିଷୟରେ ନ୍ୟୁନତମ ୪୫% ଓ ସଂରକ୍ଷିତ ବର୍ଗର ଅଭ୍ୟାର୍ଥୀଙ୍କୁ ୪୦% ପଏଣ୍ଟ ହାସଲ କରିବା ବାଧ୍ୟତାମୂଳକ ହେବ। ଏ ସମ୍ପର୍କରେ ଏକ ହାଣ୍ଡବୁକ୍ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ନୂଆ ନିୟମ ବିଷୟରେ ବିସ୍ତାରିତ ଭାବରେ ସୂଚନା ଦିଆଯାଇଛି।

ଏସଆଇସିଟିଇର ଉପାଧ୍ୟକ୍ଷ ଏମ.ପି ପୁନିୟା କହିଥିଲେ, ଆମେ ଭବିଷ୍ୟତକୁ ଧ୍ୟାନରେ ରଖି ନୂତନ ଶିକ୍ଷା ନୀତି ସହିତ ନିଜର ନିୟମକୁ ଯୋଡି ଦେଇଛୁ। ଉଦାହରଣ ପାଇଁ କମର୍ସ ବ୍ୟାକଗ୍ରାଉଣ୍ଡର ଜଣେ ଛାତ୍ର ଯଦି ସେ ନିୟମରେ ତାଲିକାଭୁକ୍ତ ୧୪ ଟି ବିଷୟ ମଧ୍ୟରୁ କୌଣସିଟିରେ ପାସ୍ କରିଛନ୍ତି ତେବେ ଇଞ୍ଜିନିୟରିଂ ପଢିବାକୁ ସମର୍ଥ ହେବେ। ଏସଆଇସିଟିଇ କହିଛି ଯେ, ଇଞ୍ଜିନିୟରିଂ ସଂସ୍ଥାନ ଭିନ୍ନ ଭିନ୍ନ ବ୍ୟାକ୍ ଗ୍ରାଉଣ୍ଡରୁ ଆସୁଥିବା ଛାତ୍ରଙ୍କ ପାଇଁ ମ୍ୟାଥମେଟିକ୍ସ, ଫିଜିକ୍ସ, ଇଞ୍ଜିନିୟରିଂ ଡ୍ରାଇଭ ଭଳି ବ୍ରିଜ୍ ​‌କୋର୍ସ ଅଫର କରିବେ। ଯାହାଫଳରେ କୌଣସି ଛାତ୍ରଙ୍କୁ ଇଞ୍ଜିନିୟରିଂ ପଢିବାରେ ଅସୁବିଧା ନହୁଏ।

Leave A Reply

Your email address will not be published.