କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୭୩ଟଙ୍କା ୫୦ ପଇସା ମହଙ୍ଗା

0

ନୂଆଦିଲ୍ଲୀ : ତୈଳ କମ୍ପାନୀମାନେ ୧ ଅଗଷ୍ଟ ରବିବାର କମର୍ସିଆଲ ଏଲପିଜି ଗ୍ୟାସ୍‌ ଦର ସଂଶୋଧନ କରିଛନ୍ତି। ଫଳରେ ୧୯ କେଜିର  କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୭୩ଟଙ୍କା ୫୦ ପଇସା ମହଙ୍ଗା ହୋଇଛି। ତେବେ ୧୪.୨ କେଜିର ଡୋମେଷ୍ଟିକ୍ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତୈଳ କମ୍ପାନୀମାନେ ପ୍ରତି ମାସର ୧ ତାରିଖର ଦର ସଂଶୋଧନ କରନ୍ତି। ଅଗଷ୍ଟ ମାସର ସଂଶୋଧନରେ କମର୍ସିଆଲ ଏଲପିଜି ମହଙ୍ଗା ହୋଇଛି।

ଗତମାସରେ ତୈଳ କମ୍ପାନୀମାନେ ଡୋମେଷ୍ଟିକ ଗ୍ୟାସ୍‌ ମୂଲ୍ୟରେ ୨୫ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖା ଦେଇଥିଲା। ଅନିୟନ୍ତ୍ରିତ ମୁଦ୍ରାସ୍ପିତିରେ ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ଲୋକଙ୍କ ବଜେଟ୍‌କୁ ପ୍ରଭାବିତ କରିଛି। ଏଥିରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି।

Leave A Reply

Your email address will not be published.