ନୂଆଦିଲ୍ଲୀ : ନ୍ୟାସନାଲ୍ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏନେଇ ପୁଅ ଓମାର ଅବଦୁଲ୍ଲା ଟ୍ବିଟ୍ କରି ସୂଚନା ଦେଇଛନ୍ତି।
My father has tested positive for COVID-19 & is showing some symptoms. I will be self-isolating along with other family members until we get ourselves tested. I request anyone who has come in to contact with us over the last few days to take all the mandated precautions.
— Omar Abdullah (@OmarAbdullah) March 30, 2021
ସେ ଟ୍ବିଟ୍ରେ ଲେଖିଛନ୍ତି. ପ୍ରଥମେ ଫାରୁକ୍ ଅବଦୁଲ୍ଲା କୋଭିଡ୍ ଟେଷ୍ଟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କୋଭିଡର ଲକ୍ଷଣ ଦେଖାଦେଇଛି। କୋଭିଡ ଟେଷ୍ଟ ନ କରିବା ପର୍ଯ୍ୟନ୍ତ ପରିବାର ସମସ୍ତ ସଦସ୍ୟ ହୋମ୍ କ୍ବାରେଣ୍ଟାଇନ୍ରେ ଅଛନ୍ତି। ସେ ଅନୁରଧ କରିଛନ୍ତି ଗତ କିଛିି ଦିନ ମଧ୍ୟରେ ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଟେଷ୍ଟ କରାଇବା ସହ ସମସ୍ତ ବାଧ୍ୟତାମୂଳକ ସତର୍କତା ଅବଲମ୍ବନ କରନ୍ତୁ।