କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି,ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କରିବେ ଗୁରୁତ୍ବପୂର୍ଣ୍ଣ ବୈଠକ

0

ନୂଆଦିଲ୍ଲୀ : ଦେଶରେ  ବଢୁଛି କରୋନା ସଂକ୍ରମଣ। ଏଭଳି ସ୍ଥିତିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ କରିବାକୁ ଯାଉଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ ବାନାର୍ଜୀ ସାମିଲ ହେବେନି। ବୈଠକରେ କରୋନାର ବିକରାଳ ସ୍ଥିତି ଓ ଟୀକା ଉପରେ ଚର୍ଚ୍ଚା ହେବ। ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବା କାରଣରୁ କେନ୍ଦ୍ର ସରକାର ଲଗାତାର ରାଜ୍ୟ ଗୁଡିକର ସମ୍ପର୍କରେ ଅଛନ୍ତି। କିଛି ଦିନ ଭିତରେ କରୋନାର ନୂଆ ମାମଲା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ଦେଶରେ ଏ​‌ବେ କରୋନା ସଂକ୍ରମଣ ସ୍ଥିତି ବିସ୍ଫୋରକ ରୂପ ନେଇଛି। ବହୁ ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି। ଭାରତରେ ବୁଧବାର କୋଭିଡ୍-୧୯ର ଏପର୍ଯ୍ୟନ୍ତ ସବୁଠାରୁ ଅଧିକ। ୧.୧୫ ଲକ୍ଷରୁ ଅଧିକ ମାମଳା ସାମନାକୁ ଆସିଛି, ସେଭଳି ୬୩୦ ଜଣଙ୍କର ମୃତ୍ୟୁ ହୋଇଛି। କରୋନାର ବଢୁଥିବା ମାମଲା ଭିତରେ ବହୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇ ଦିଆଯାଇଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(୮ ଅପ୍ରେଲ)ରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଏହା ଭିତରେ ସ୍ଥିତିର ସମୀକ୍ଷା ପରେ ଆଗକୁ ରଣନୀତି ଉପରେ ଚର୍ଚ୍ଚା କରିବେ।

Leave A Reply

Your email address will not be published.