ନାଗପୁର : ଆରଏସ୍ଏସ୍ (ରାଷ୍ଟ୍ରୀୟ ସ୍ୱୟଂ ସେବକ) ମୁଖ୍ୟ ମୋହନ ଭାଗବତ କରୋନା ଭାଇରସ୍ (କୋଭିଡ-୧୯)ରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଥିବା ସ୍ୱତନ୍ତ୍ର କୋଭିଡ ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।
RSS Sarsanghchalak Dr. Mohanji Bhagwat today tested Corona positive. He has normal symptoms and admitted to Kigsway hospital Nagpur.
— RSS (@RSSorg) April 9, 2021
ଭାଗବତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଭାଗବତ ସଂକ୍ରମିତ ହୋଇଥିବା ନେଇ ଆରଏସ୍ଏସ୍ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି ।