କରୋନା ସଂକ୍ରମିତଙ୍କ ପାଇଁ ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟର

0

ଭୁବନେଶ୍ବର  : କରୋନା ସଂକ୍ରମିତଙ୍କ ପାଇଁ ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟର। ଏଣିକି ରୋଗୀ ଫୋନ୍‌ ଜରିଆରେ ନେଇପାରିବେ ପରାମର୍ଶ। ରୋଗୀର ସ୍ବାସ୍ଥ୍ୟାବସ୍ଥା ଅବସ୍ଥାରେ ଦିଆଯାଉଛି ଔଷଧ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସଠିକ୍‌ ସ୍ଥିତି ଆକଳନ ସମ୍ଭବପୁର ନୁହେଁ। ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ହସ୍ପିଟାଲରେ ଆବଶ୍ୟକ ସେବା ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ।

ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି ହିସାବରେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ। ଲୋକଙ୍କ ଯା ଆସ ଉପରେ କିଛି କଟକଣା ଲାଗିଛି। ଲୋକଙ୍କୁ ସଚେତନ କରାଯାଉଛି। ଅକ୍ସିଜେନ, ଭେନ୍ଟିଲେଟର, ଡ଼୍ରଗ୍ସର ତର୍ଜମା ଚାଲିଛି। ଆବଶ୍ୟକତା ଅନୁସାରେ କାମରେ ଲଗାଯିବ। ଲୋକଙ୍କୁ ଧରି କାମ କରିବାକୁ ପଡ଼ିବ। କଡା ହୋଇକି କିଛି ଲାଭ ନାହିଁ । ପଜିଟିଭଙ୍କୁ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲାଯାଇଛି। ରୋଗୀ ଫୋନ୍‌ ଜରିଆରେ ପରାମର୍ଶ ନେଇପାରିବେ। ଏନେଇ ଜନସ୍ବାସ୍ଥ୍ୟା ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ଓଡିଶାରେ ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା । ବର୍ତ୍ତମାନ ୭୭୫ କେନ୍ଦ୍ରରେ ଚାଲିଛି ଟିକାକରଣ। ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ଅଛି। ୭୭୫ଟି କାର୍ଯ୍ୟକ୍ଷମ ହେଉଛି। ଗଞ୍ଜାମ, କେଉଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ୱର ରେ ଓ୍ୱାର୍କପ୍ଲେସରେ ଟିକାକରଣ ଚାଲିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.