କରୋନାରୁ ଶତ ପ୍ରତିଶତ ସୁରକ୍ଷା ଦେଇପାରୁନି ଟିକା

0

ଭୁବନେଶ୍ବର : ସରକାର ଯାତାୟାତକୁ ଖୋଲନ୍ତୁ ବା ବନ୍ଦ ରଖନ୍ତୁ, ଯେଉଁଭଳି ସର୍ଭେଲାନ୍ସ ଚାଲିଛି ସେମିତି ଜାରି ରହିଲେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟିକାକରଣ ଜାରି ରଖିବା, ସର୍ଭେଲାନ୍ସ ଜାରି ରଖିବା । ଯଦି ସର୍ଭେଲାନ୍ସ ଦୃଷ୍ଟିରୁ କିଛି ଅଧିକ ଦରକାର ପଡେ, ପଦକ୍ଷେପ ନିଆଯିବ ।

ଟିକାକରଣ ୧୦୦% ସୁରକ୍ଷା ଦେଉନାହିଁ । ଟିକା ନେଲେ ବି ସଂକ୍ରମଣ ହେବାର ଆଶଙ୍କା ରହିଛି । ତେବେ ସର୍ଭେ ମୁତାବକ, ଏହି ସଂକ୍ରମଣର ସଂଖ୍ୟା ବହୁତ କମ୍ । ଟିକା ନେବାପରେ ଯେଉଁମାନେ ସଂକ୍ରମଣ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ନଗଣ୍ୟ ରୋଗୀ ଗୁରୁତର ହେଉଛନ୍ତି । ସେଥିଲାଗି ଟିକା ନେବା ପରେ ବି ଆମକୁ କୋଭିଡ୍ ଅନୁରୂପ ନିୟମ ମାନିବାକୁ ହେବ । ସାମାଜିକ ଦୂରତା ରଖିବା, ମାସ୍କ ବ୍ୟବହାର କରିବା, ଭିଡ଼ କରିବାନି, ଟିକା ଓ କୋଭିଡ୍ ନିୟମ ମାନିଲେ ହିଁ ତାହା କରୋନାଠୁ ଦୂରରେ ରଖିବ ।

ଆମେ ଦ୍ଵିତୀୟ ଲହରରେ ଅଛେ । ତୃତୀୟ ଲହର ଆସିନାହିଁ । ଯଦି ତୃତୀୟ ଲହର ଆସିବ, ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ । ବର୍ତ୍ତମାନ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ କେଉଁ କ୍ଲାସ୍ ଖୋଲିବେ, ସେଥିପାଇଁ କେଉଁ ଉପଯୁକ୍ତ ପ୍ରୋଟୋକଲ ନେଇ କାମ କରିବେ, ସେଥିଲାଗି ଗାଇଡ଼ ଲାଇନ ଅଛି ।

ଆମର ଯଥେଷ୍ଟ ଟିକାକରଣ କେନ୍ଦ୍ର ଅଛି । ସହରାଞ୍ଚଳରେ ବି ଗ୍ରାମାଞ୍ଚଳରେ ବି ଅଛି । ଆମେ ଟିକାର ଉପଲବ୍ଧତା ଅନୁସାରେ ସବୁ ଜାଗାରେ ଟିକା ଦେବାକୁ ଚାହିଁବା । ଶିଶୁଙ୍କ ଟିକାକରଣ ଲାଗି ଷ୍ଟଡି ଚାଲିଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି, ଆମେ ପିଲାଙ୍କ ଟିକାକରଣ କରିପାରିବାନି । ଆମେ ସବୁଦିନ ଦେଖୁଛେ, କିଛି ରାଜ୍ୟରେ ସଂକ୍ରମଣ ବଢ଼ୁଛି । ଆମେ ପ୍ରସ୍ତୁତ ରହିବା ।  ଆମର ପଜିଟିଭିଟି ହାର ଉପରେ ନଜର ରହିଛି । ସବୁ ସ୍ଥାନରେ ଟେଷ୍ଟିଂ ଚାଲିଛି । କେଉଁଠି ବି ଟେଷ୍ଟିଂ ବନ୍ଦ ହୋଇନି ।  ଆଗକୁ ଆହୁରି ଅଧିକ ଟେଷ୍ଟ କରାଯିବ ।  ଯଦି ସଂକ୍ରମଣ ବଢ଼ିବ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ ।

Leave A Reply

Your email address will not be published.