ସିଆର୍‌ପିଏଫ୍‌ର ହେଡ୍‌ କନଷ୍ଟେବଳଙ୍କ ଆତ୍ମହତ୍ୟା

0

ଦିଲ୍ଲୀ –ଦିଲ୍ଲୀର ଗାଜିପୁର ଅଞ୍ଚଳର ପାର୍କରେ ଏକ ଅଭାବନୀୟ ଘଟଣା ଘଟିଛି। ସିଆର୍‌ପିଏଫ୍‌ର ହେଡ୍‌ କନଷ୍ଟେବଳ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି । ୫୨ ବର୍ଷିୟ ଶାଜି ନାମକ ହେଡ୍ କନଷ୍ଟେବଳ ଗଛରୁ ଝୁଲି ନିଜର ଜୀବନ ହାରିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି କି, ଶାଜିଙ୍କର ଏକ ମାସ ପୂର୍ବେ ଦିଲ୍ଲୀରୁ ଝାଡ଼ଖଣ୍ଡ ଟ୍ରାନ୍ସଫର କରିଦିଆ ଯାଇଥିଲା । ଏହି ଟ୍ରାନ୍ସଫର କାରଣରୁ ସେ ଡିପ୍ରେସନକୁ ଚାଲି ଯାଇଥିଲେ ଏବଂ ଏବେ ସେ ଆତ୍ମହତ୍ୟା କରିଛନ୍ତି ।

 

ସୂଚନା ଆଧାକରେ ଶାଜୀ ଦିଲ୍ଲୀର ମୟୂର ବିହାରରେ ନିଜର ପରିବାର ସହ ରହୁଥିଲେ । ତାଙ୍କ ପୁଅଙ୍କ କହିବା ମୁତାବକ ଏକ ମାସ ପୂର୍ବେ ତାଙ୍କ ପିତାଙ୍କର ଟ୍ରାନ୍ସଫର ହୋଇଥିଲା । ଏହି କାରଣରୁ ସେ ମାନସିକ ଚିନ୍ତାରେ ରହୁଥିଲେ । କିନତୁ ପରିବାର ଲୋକେ କେବେ ଭାବିନଥିଲେ ସେ ଏମିତି ଏକ ଜୀବନ ହାରି ଦେବାର ପଦକ୍ଷେପ ନେବେ ବୋଲି ।

 

ପୁଲିସ୍‌ ସେପଟେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି । ପ୍ରାରମ୍ଭକ ତଦନ୍ତରୁ ଜଣାପଡ଼ିଛି ତାଙ୍କର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । କୌଣସି ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିନାହିଁ । କେବଳ ଏତିକି ସୂଚନା ପୁଲିସ୍‌ ହାତରେ ଅଛି ଯେ , ସେ ପାର୍କକୁ ଯାଇ ଆତ୍ମହତ୍ୟା କରିଛନ୍ତି ।

Leave A Reply

Your email address will not be published.