ସାଇକେଲ୍ ରଖି ପୋଲରୁ ନଦୀକୁ ଡେଇଁଲେ ଯୁବକ

0

ପଟ୍ଟାମୁଣ୍ଡାଇ ୧୬।୮: ସାଇକେଲ୍ ରଖି ପୋଲରୁ ନଦୀକୁ ଡେଇଁଲେ ଯୁବକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପତ୍ରପୁର ସେତୁ ଉପରୁ ଯୁବକ ଜଣଙ୍କ ଡେଇଁଥିବା ଜଣାପଡିଛି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବୋଟ୍ ମାଧ୍ୟମରେ ଖୋଜାଖୋଜି ଜାରି ରହିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ପତ୍ରପୁର ସେତୁ ଉପରୁ ଜଣେ ଯୁବକ ନଦୀକୁ ଡେଇଁପଡିଛନ୍ତି । ପୋଲ ଉପରେ ସାଇକେଲ ରଖି ଯୁବକ ଜଣଙ୍କ ଡେଇଁପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବୋଟ୍ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରହିଛି ।

ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଯୁବକ ଜଣଙ୍କ କାହିଁକି ନଦୀକୁ ଡେଇଁଛନ୍ତି, ନଦୀକୁ ଡେଇଁବା ପଛରେ କଣ କାରଣ ରହିଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.