ସିଲିଣ୍ଡର ପିଛା ବଢିଲା ୨୫ ଟଙ୍କା

0

ନୂଆଦିଲ୍ଲୀ : ମାସ ଆରମ୍ଭ ହେଉ ହେଉ ଗ୍ରାହକଙ୍କୁ ଲାଗିଛି ମହଙ୍ଗା ମାଡ । ପହିଲାରୁ ବଢ଼ିଛି ଘରୋଇ ଏଲ୍‌ପିଜି ସିଲିଣ୍ଡରର ଦର । ଅଣ ସବ୍‌ସିଡି ଯୁକ୍ତ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ତର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡିବ।
ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା । ଗଲା ୧୫ ଦିନ ମଧ୍ୟରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୯ ଟଙ୍କା ଯାଏ ଦାମ୍‌ ବଢ଼ିଛି । ସୂଚନା ମୁତାବକ, ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରନ୍ତି ।

Leave A Reply

Your email address will not be published.