ଡାକ୍ତର ମୃତ ଘୋଷଣା କରିବା ପରେ ଉଠିବସିଲେ ବନ୍ଦୀ

0

ନୂଆଦିଲ୍ଲୀ, :    ବିଚିତ୍ର ଦୁନିଆ । ଘଟିଥାଏ ଅନେକ ରହସ୍ୟମୟ ଘଟଣା । ଯାହା ସମସ୍ତଙ୍କୁ ତାଜୁବ କରିଥାଏ । ବେଳେ ବେଳେ ଫେଲ୍ ମାରେ ମେଡିକାଲ ସାଇନ୍ସ ବା ଚିକିତ୍ସା ବିଜ୍ଞାନ । ଡାକ୍ତର ମୃତ ଘୋଷଣା ପରେ ବି ସେ ବଞ୍ଚିଥିଲେ । ଜଣେ ନୁହେଁ ୩ ଜଣ ଡାକ୍ତର ମୃତଘୋଷଣା କରିବା ସତ୍ତ୍ୱେ ସେ ଉଠିଥିଲେ ।

ଏପରି ଘଟଣା ଘଟିଛି ସ୍ପେନରେ । ବନ୍ଦୀ ଜୀବନ କାଟୁଥିବା କଏଦୀ ମୋଣ୍ଟୋୟା ଜିମେନେଜଙ୍କର ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରେ ଥିବା ଦୁଇ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । କିନ୍ତୁ ଉଭୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ନିଶ୍ଚିତ ହେବା ପାଇଁ ତାଙ୍କୁ ମୃତଦେହକୁ ଜେଲ କର୍ମଚାରୀ ଫରେନ୍ସିକ୍ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେ ମଧ୍ୟ ତୃତୀୟ ଥର ପାଇଁ ମୋଣ୍ଟୋୟାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ମୃତ ଶରୀରକୁ ଏକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ଓ ପୋଷ୍ଟମଟର୍ମ ପାଇଁ ନିଆ ଯାଇଥିଲା । କିନ୍ତୁ ଶବାଗାରରେ ସେ ଘୁଙ୍ଗୁଡି ମାରୁଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ବ୍ୟାଗରୁ ବାହାର କରାଯାଇଥିଲା । ସେ ମରି ନଥିବା ବରଂ ବଞ୍ଚିଥିବା ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲ କର୍ତୃପକ୍ଷ ଗଣମାଧ୍ୟମକୁ କହିଥିଲେ ଯେ, ଏପରି ବିରଳ କେସ ବହୁତ କମ ଆସେ । ଏହାକୁ କାଟାଲେପ୍ସି କୁହାଯାଏ । କିଛି ସମୟ ପାଇଁ ମଣିଷର ବ୍ରେନ୍ କାମ କରିବା ବନ୍ଦ କରିଦିଏ । ଫଳରେ ମୃତ ଘୋଷଣା କରାଯାଇଥାଏ ବୋଲି କହିଥିଲେ ।

Leave A Reply

Your email address will not be published.