ଡକାୟତି ମାମଲାରେ ସରପଞ୍ଚ ଗିରଫ

0

ମ.ରାମପୁର : ଡ଼କାୟତି ମାମଲରେ ଜଣେ ପୂର୍ବତନ ସରପଞ୍ଚ ଗିରଫ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଗତବର୍ଷ ହେଇଥିବା ଏକ ଡ଼କାୟତି ମାମଲାରେ ମ.ରାମପୁର ପୋଲିସ ଗତକାଲି ବିଳମ୍ବିତ ରାତିରେ ଏଥିରେ ସାମିଲ ଥିବା ମଦନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦଙ୍କୁ ଗିରଫ କରିଛି ।

ତେବେ ଗତବର୍ଷ ମଦନପୁର ରାସ୍ତାରେ ଏକ ଡ଼କାୟତି ହେଇଥିଲା । ସେତେବେଳେ ଏନେଇ କେସ ନଂ୧୩୫/୨୦ରେ ମାମଲା ରୁଜୁ କରି ଅନ୍ୟ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲେ ହେଁ ଜୟରାମ ବିଭିନ୍ନ ସମୟରେ ପୋଲିସକୁ ଚକମା ଦେବାରେ ସଫଳ ହେଉଥିଲେ । କୋର୍ଟରୁ ୱାରେଣ୍ଟ ମଧ୍ୟ ବାହାରିଥିଲା । ଗତକାଲି ଜୟରାମଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.